
କ୍ରୀଡା
IND vs NZ 4th T20I : ନ୍ୟୁଜିଲାଣ୍ଡରେ ୭ ବର୍ଷ ପରେ ହାରିଲା ଭାରତ, ୮୭ ରନରେ ଜିତିଲା ନ୍ୟୁଜିଲାଣ୍ଡ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚକୁ ଟିମ୍ ଇଣ୍ଡିଆକ ୮୭ ରନରେ ହାରିଛି । ଅକଲାଣ୍ଡର ଇଡେନ୍ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୬୦ ରନର ଲକ୍ଷ୍ୟ ଦେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଦେଇଥିବା ଟାର୍ଗେଟକୁ ପୂରଣ କରିପାରିନଥିଲା । ଭାରତ ୯ ୱିକେଟ ହରାଇ ୨୦ ଓଭରରେ ୧୭୨ ରନ୍ କରିପାରିଥିଲା ।
ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୨୬୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତୀୟ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୨ ରନ୍ କରିପାରିଥିଲା । ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୮୭ ରନ୍ରେ ଜିତିନେଇଛି । ପ୍ରଥମ ତିନୋଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଆଗୁଆ ସିରିଜ୍ କବ୍ଜା କରିସାରିଛି ।