ରାଜ୍ୟ

KIIT School: କିଟ୍ ସ୍କୁଲ୍ ଅଫ୍ ଲ’ ପକ୍ଷରୁ ଅଷ୍ଟମ ମକ୍ ଟ୍ରାଏଲ୍ ପ୍ରତିଯୋଗିତା ଆରମ୍ଭ

କିଟ୍ ସ୍କୁଲ୍ ଅଫ୍ ଲ’ ପକ୍ଷରୁ ଆୟୋଜିତ ଅଷ୍ଟମ କିଟ୍ ମକ୍ ଟ୍ରାଏଲ୍ ପ୍ରତିଯୋଗିତା-୨୦୨୬ ଉଦଘାଟିତ ହୋଇଛି । ଆଜିଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପ୍ରତିଯୋଗିତା ଚାଲିବ । ଆୟୋଜିତ ଉଦ୍ ଘାଟନୀ ସମାରୋହରେ କିଟ୍ ର ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର ଡକ୍ଟର ରାଜୁ କେ.ଡି., ପ୍ରଫେସର ଡକ୍ଟର ଏନ୍ .ଏଲ୍. ମିତ୍ର ଏବଂ ଲିଗାଲ୍ ସର୍ଭିସେସ୍ ନିର୍ଦ୍ଦେଶକ ଲୋକନାଥ ମହାପାତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଡକ୍ଟର ସ୍ୱାତୀ ମହାପାତ୍ର ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍ ଘାଟନ ଘୋଷଣା କରିଥିଲେ ।

ଏହି ପ୍ରତିଯୋଗିତା ମାଧ୍ୟମରେ ଦେଶର ବିଭିନ୍ନ ଆଇନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଆଇନଗତ ଜ୍ଞାନ, ଯୁକ୍ତି ଉପସ୍ଥାପନ ଓ ବିଚାର ପ୍ରକ୍ରିୟା ସମ୍ପର୍କିତ ଦକ୍ଷତାକୁ ପରଖିବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ତାର୍କିକ ଚିନ୍ତାଧାରା ଓ ଆଇନଗତ ବିଶ୍ଳେଷଣ କ୍ଷମତାର ବିକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମକ୍ ଟ୍ରାଏଲ୍ ଜରିଆରେ ଛାତ୍ରଛାତ୍ରୀ ପ୍ରକୃତ ଅଦାଲତର ବିଚାର ପ୍ରକ୍ରିୟାର ଅନୁଭୂତି ହାସଲ କରିବା ସହ ମାମଲାର ତଥ୍ୟ ଉପସ୍ଥାପନ, ଆଇନର ବିଭିନ୍ନ ଦିଗକୁ ବିଶ୍ଳେଷଣ, ପ୍ରମାଣ ଓ ଯୁକ୍ତି ଆଧାରରେ ନିଜ ପକ୍ଷ ରଖିବାର କୌଶଳ ଶିଖିବେ । ଏହା ସେମାନଙ୍କୁ ଭବିଷ୍ୟତରେ ଜଣେ ଦକ୍ଷ ଆଇନଜୀବୀ ଭାବେ ଗଢ଼ିତୋଳିବା ସହ ନ୍ୟାୟ ବ୍ୟବସ୍ଥାର ବିଭିନ୍ନ ଦିଗ ପ୍ରତି ଅଧିକ ସଚେତନ କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *

Back to top button