
Odisha T20 League CM Trophy : ଓଡ଼ିଶା ଟି-୨୦ ଲିଗ୍—ସିଏମ୍ ଟ୍ରଫି, ସମ୍ବଲପୁର ୱାରିୟର୍ସ ବିଜୟ ଅଭିଯାନ ଆରମ୍ଭ
ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫିରେ ସମ୍ବଲପୁର ୱାରିୟର୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି । କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚରେ ସମ୍ବଲପୁର ୱାରିୟର୍ସ କଟକ ପାନ୍ଥର୍ସକୁ ୯ ରନରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ୱାରିୟର୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା । ଦଳର ଅଧିନାୟକ ଗୌରବ ଚୌଧୁରୀ ମାତ୍ର ୪୬ଟି ବଲ୍ ରୁ ୯୨ ରନର ଧମାକାଦାର ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୯ଟି ଚୌକା ଓ ୬ଟି ଛକା ସାମିଲ ଥିଲା । କଟକ ପାନ୍ଥର୍ସ ପକ୍ଷରୁ ଅଭିଷେକ ସିଂହ ଚମତ୍କାର ବୋଲିଂ କରି ୪ ଓଭରରେ ୩୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ୧୯୪ ରନ୍ ର ବିଜୟ ଲକ୍ଷ୍ୟ ପିଛା କରି କଟକ ପାନ୍ଥର୍ସ ଶେଷରେ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୪ ରନ୍ କରିପାରିଥିଲା ଏବଂ ୯ ରନ୍ ରେ ପରାଜିତ ହୋଇଥିଲା ।
ମ୍ୟାଚରେ ଚମତ୍କାର ୯୨ ରନ୍ ର ଇନିଂସ ପାଇଁ ସମ୍ବଲପୁର ୱାରିୟର୍ସ ଅଧିନାୟକ ଗୌରବ ଚୌଧୁରୀଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତ ମସଲାର ଚେୟାରମ୍ୟାନ୍ ଓ ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।