
Orangutans: ଓରାଙ୍ଗଉଟାନ ଖାଇଲେ ସିଝା ଗାଜର ଓ ବିନ୍, ନନ୍ଦନକାନନରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଖାଦ୍ୟରେ ପରିବର୍ତ୍ତନ
Orangutans ଓରାଙ୍ଗଉଟାନ ଖାଇଲେ ସିଝା ଗାଜର ଓ ବିନ୍ । ଓରାଙ୍ଗଉଟାନଙ୍କ ଖାଦ୍ୟ ସୂଚୀରେ ସାମାନ୍ୟ ପରିବର୍ତ୍ତନ। ନନ୍ଦନକାନନରେ ଦୁଇଜଣ ବନ୍ୟପ୍ରାଣୀ ବିଶେଷଜ୍ଞ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କ ଖାଦ୍ୟ ସୂଚୀରେ ପରିବର୍ତ୍ତନ କରାଯାଇଛି । ଏବେ ଓରାଙ୍ଗଉଟାନଙ୍କୁ ଦିଆଯାଉଛି ସିଝା ଗାଜର ଏବଂ ସିଝା ବିନ୍ ।
ପୂର୍ବରୁ ଦିଆ ଯାଉଥିବା କ୍ଷୀରର ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି । ସେମାନଙ୍କର ଖାଦ୍ଯସୂଚୀ ମଧ୍ୟରେ କ୍ଷୀର, ନାନ୍ ଲୋ ଲାକ୍ ଏବଂ ସିମିଲାକ୍, କଦଳୀ ଓ ସେଓ ଚକଟା, ସିଝା ଗାଜର ଏବଂ ବିନ୍ ରହିଛି । ସମସ୍ତ ଶିଶୁ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ସମସ୍ତେ ସୁସ୍ଥ ଅଛନ୍ତି ।
ସମସ୍ତଙ୍କ ଶରୀରର ତାପମାତ୍ରା ମଧ୍ୟ ସାମାନ୍ୟ ରହିଛି । ସମସ୍ତ ଶିଶୁଙ୍କ ଠାରେ ସ୍ୱାଭାବିକ ଲକ୍ଷଣ, ବ୍ୟବହାର ଓ କାର୍ଯ୍ୟଶୈଳୀ ସାଧାରଣ ରହିଛି । କ୍ୱରେଣ୍ଟାଇନ ମଧ୍ୟରେ ସିଡ଼ି ଏବଂ ଦଉଡ଼ି ରଖାଯାଇଛି । ଯାହା ଫଳରେ ଶିଶୁ ମାନେ ସେମାନଙ୍କ ମନୋରଞ୍ଜନ କରିପାରିବା ସହ ଅଧିକ ଆକ୍ଟିଭ ରହିପାରିବେ ନିଜକୁ ମା ଠାରୁ ଦୂରରେ ରହିଲେ ବି ଚିନ୍ତାମୁକ୍ତ ରହିପାରିବେ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି ।