
ରାଜ୍ୟ
Drowning Death: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଯାଇଥିଲେ ଯୁବକ, ଆଜି ଉଦ୍ଧାର ହେଲା ମୃତଦେହ
Drowning Death ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ତିନିଘରିଆ ଗାଁର ରଂଜିତ କୁମାର ନାଟିଆ । ବିରିବାଟି କେନାଲରୁ ଉଦ୍ଧାର କଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ । ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ କଟକ ତାଳଦଣ୍ଡା କେନାଲରେ ଭାସିଯାଇଥିଲେ ରଂଜିତ ।
ଖବର ପାଇ ଅଗ୍ନିଶମ ଏବଂ ଓଡ଼୍ରାଫ୍ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ଥିଲା । ଆଜି ସକାଳେ ଆଉ ଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।