ରାଜ୍ୟ

Indravati Dam: ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍

Indravati Dam ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ । ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା । ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍ । ସମୁଦାୟ ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସନ ।

ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଗେଟ ଖୋଲିବା ସମୟରେ ଜଳସ୍ତର ରହିଥିଲା ୬୪୦.୨୯ ମିଟର । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଗେଟ ଖୋଲିବା ପୂର୍ବରୁ ୨୦୩.୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିଲା । ଏବେ ମୋଟ ୨୭୫.୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ଜଳସ୍ତର ୬୩୯.୬୦ ମିଟରକୁ ଆସିଲେ ଗେଟ୍ ବନ୍ଦ କରାଯିବ ବୋଲି ସୂଚନା । ଆଗାମୀ ଦିନରେ ବର୍ଷାର ସ୍ଥିତି ଦେଖି ଅଧିକ ଗେଟ ଖୋଲିବ କି ବନ୍ଦ କରାଯିବ, ତାହା ନିଷ୍ପତ୍ତି ହେବ । ୨୦୧୯ ମସିହା ପରେ ପୁଣି ଥରେ ଇନ୍ଦ୍ରାବତୀ ଡ୍ୟାମର ଗେଟ ଖୋଲିଥିବାରୁ ଏବେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *

Back to top button