ଦେଶ ବିଦେଶ

META on Children’s Safety : ଭାରତ ସରକାରଙ୍କ ଆକ୍ସନରେ ମୁଣ୍ଡ ନୁଆଁଇଲା ମେଟା, ପିଲାଙ୍କ ସହିତ ଜଡ଼ିତ ସମସ୍ତ ସୂଚନା ଦେବାକୁ ଆଗ୍ରହ

ଶିଶୁମାନଙ୍କୁ ଇଣ୍ଟରନେଟରେ ହେଉଥିବା ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ କଟକଣା ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର । ଏନେଇ ସରକାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ନିୟମିତ ଆଲୋଚନା କରୁଛନ୍ତି । ଶିଶୁଙ୍କ ସହ ଜଡ଼ିତ ଆପତ୍ତିଜନକ ଏବଂ ବେଆଇନ ବିଷୟବସ୍ତୁକୁ ଶୀଘ୍ର ଚିହ୍ନଟ କରି ପ୍ଲାଟଫର୍ମରୁ ହଟାଇବା ଉପରେ ସରକାରଙ୍କ ଗୁରୁତ୍ୱ ରହିଛି ।

ମେଟା ପକ୍ଷରୁ ଶିଶୁଙ୍କ ଯୌନ ଶୋଷଣ ସମ୍ପର୍କିତ ମାମଲାର ସୂଚନା ସମ୍ପୃକ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ବାଣ୍ଟିବାକୁ ସହମତି ପ୍ରକାଶ କରିଛି । ସରକାରଙ୍କ କହିବା ଅନୁସାରେ, ଭାରତରେ କାର୍ଯ୍ୟ କରୁଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ଦାୟିତ୍ୱ ମଧ୍ୟରେ ଶିଶୁଙ୍କ ଅନଲାଇନ୍ ସୁରକ୍ଷା ଏକ ପ୍ରମୁଖ ବିଷୟ । ଏ କ୍ଷେତ୍ରରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ।

ସରକାରଙ୍କ ମୁଖ୍ୟ ଫୋକସ୍ ଏଭଳି ବିଷୟବସ୍ତୁ ଚିହ୍ନଟ କରିବା ଉପରେ ରହିଛି, ଯାହା ଶିଶୁଙ୍କ ପାଇଁ କ୍ଷତିକାରକ ହୋଇପାରେ କିମ୍ବା ସେମାନଙ୍କ ଯୌନ ଶୋଷଣ ସହ ଜଡ଼ିତ ଥାଇପାରେ । ମେଟା ପକ୍ଷରୁ ଏଭଳି ମାମଲାର ସୂଚନା ସମ୍ପୃକ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ଦେବା ପାଇଁ ସହମତି ଦେବାକୁ ସରକାର ଚିନ୍ତା କରୁଛନ୍ତି । ଏହା ଶିଶୁଙ୍କ ବିରୋଧରେ ହେଉଥିବା ଅନଲାଇନ୍ ଅପରାଧର ତଦନ୍ତରେ ଏଜେନ୍ସିଗୁଡ଼ିକୁ ସହାୟତା କରିପାରିବ ।

ସରକାର କେବଳ ମେଟାରେ ସୀମିତ ରହିବାକୁ ଚାହୁଁନାହାନ୍ତି । ଅନ୍ୟ ସୋସିଆଲ ମିଡିଆ ଏବଂ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ସହ ମଧ୍ୟ ଆଲୋଚନା ଚାଲିଛି । ଶିଶୁଙ୍କ ସହ ଜଡ଼ିତ ଆପତ୍ତିଜନକ ଓ ବେଆଇନ କଣ୍ଟେଣ୍ଟକୁ ସମୟ ପୂର୍ବରୁ ଚିହ୍ନଟ କରି ହଟାଇବା ପାଇଁ ପ୍ରଭାବୀ ବ୍ୟବସ୍ଥା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ଶିଶୁଙ୍କ ସୁରକ୍ଷାକୁ ନିଜର ପ୍ରାଥମିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ପଡ଼ିବ । ଯଦି କୌଣସି କମ୍ପାନୀ ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ନିୟମ ଅନୁସାରେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସରକାର କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button