
India vs Afghanistan: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଆଜି ଆଫଗାନିସ୍ତାନ ସହ ଦ୍ୱିତୀୟ ଟି-୨୦
ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ଆଜି ଖେଳାଯିବ। ସନ୍ଧ୍ୟା ୭ଟା ୩୦ ମିନିଟ୍ ରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ ରେ ଆରମ୍ଭ ହେବ । ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୭ ୱିକେଟରେ ସହଜ ବିଜୟ ହାସଲ କରି ସିରିଜ୍ ରେ ୧-୦ ରେ ଆଗୁଆ ରହିଛି। ଆୟୋଜକ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମୁକାବିଲା। ଅଧିନାୟକ ଭାବେ ଶ୍ରେୟାସ ଆୟର ଏହି ସିରିଜ ଜିତି ଆଲୋଚକଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରିବେ। ଆଫଗାନିସ୍ତାନ ମଧ୍ୟ ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ। ଏସବୁ ଭିତରେ ସମସ୍ତଙ୍କ ନଜର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ। ସେ ଏକାଦଶରେ ସୁଯୋଗ ପାଇଲେ ସର୍ବ କନିଷ୍ଠ ଖେଳାଳି ଭାବେ ଭାରତୀୟ ମାଟିରେ ଖେଳିବାରେ ରେକର୍ଡ କରିବେ। ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ବଢ଼ାଇଛି।
ଭାରତୀୟ ବ୍ୟାଟରଙ୍କୁ ଅଟକାଇବା ପାଇଁ ହେଲେ ଆଫଗାନିସ୍ତାନକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଟସ୍ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ସୁଯୋଗ ପାଇଲେ ସ୍ପିନରମାନେ ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହେବେ। ପ୍ରଥମ ମ୍ୟାଚରେ ଅଭିଷେକ ଶର୍ମା ଧୂଆଁଧାର ବ୍ୟାଟିଂ କରି ସମାଲୋଚକଙ୍କୁ ଚୁପ୍ କରି ଦେଇଛନ୍ତି। ତାଙ୍କୁ ଏକାଦଶରୁ ବାଦ ଦେବା ଅସମ୍ଭବ । ଟିମ ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କୁ ପ୍ରାଥମିକତା ଦେଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ନାହିଁ । ପ୍ରଥମ ମ୍ୟାଚରେ ସାମସନ ନିରାଶ କରିଥିଲେ। ଅରୁଣ ଜେଟଲୀ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ। ପିଚ୍ ସ୍ପିନରଙ୍କୁ ସହାୟତା କରିବ । ପ୍ରଥମ ମ୍ୟାଚରେ ମଧ୍ୟ ସ୍ପିନରମାନେ ପିଚର ଭରପୁର ଫାଇଦା ଉଠାଇଥିଲେ। ଉଭୟ ଦଳ ନିକଟରେ ଶ୍ରେଷ୍ଠ ସ୍ପିନର ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ। ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।