ମନୋରଞ୍ଜନ

Nafisa Ali Hospitalized : କ୍ୟାନସରରେ ପୀଡିତ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନଫିସା ଅଲ୍ଲୀ, ହସପିଟାଲ ବେଡରୁ ଫଟୋ କଲେ ସେୟାର

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନଫିସା ଅଲ୍ଲୀ ଦୀର୍ଘ ଦିନରୁ କ୍ୟାନସର ଭଳି ରୋଗରେ ପୀଡିତ ରହିଛନ୍ତି । ନଫିସାଙ୍କୁ ୨୦୧୮ରେ ଷ୍ଟେଜ ୩ କ୍ୟାନସର ହୋଇଥିବା ଜଣାପଡିଥିଲା । ଚିକିତ୍ସା ପରେ ସେ ସୁସ୍ଥ ମଧ୍ୟ ହୋଇଥିଲେ, କିନ୍ତୁ ପୁଣିଥରେ କ୍ୟାନସର ତାଙ୍କୁ ହୋଇଥିଲା । ଏବେ ତାଙ୍କ କ୍ୟାସନର ଷ୍ଟେଜ ୪ରେ ପହଞ୍ଚିଲାଣି ।

ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମରେ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ସେୟାର କରିଛନ୍ତି । ନୂଆ ସ୍କାନରେ କ୍ୟାନସର ଲିଭରକୁ ବ୍ୟାପିଗଲାଣି । ତେଣୁ ଚିକିତ୍ସା ପଦ୍ଧତି ବଦଳିଲାଣି । ହସପିଟାଲ ବେଡରୁ ନିଜର ଏକ ଫଟୋସେୟାର କରିଛନ୍ତି । ଏହି ଫଟୋରେ ନଫିସାଙ୍କ ହାତରେ ଡ୍ରେପ ଲାଗିଥିବା ଦେଖିବାକୁ ମିଳିଛି । ଏହାସହିତ କ୍ୟାନସର ଏବଂ ଟ୍ରିଟମେଣ୍ଟକୁ ନେଇ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ନଫିସାଙ୍କ ପିଇଟି/ସିଟି ସ୍କାନରେ ଓଭାରିଆନ/ପେରିଟୋନିଆଲ କ୍ୟାନସର ଶରୀରରେ ବ୍ୟାପିଯାଇଛି ।

ଏଥିରେ କ୍ୟାପସନରେ ଲେଖିଛନ୍ତି, ମୋ ଚିକିତ୍ସା ପଦ୍ଧତି ବଦଳି ଗଲାଣି । ଏବେ ମୋତେ ଟାର୍ଗେଟଡ୍ ଥେରେପିରେ ରଖାଯାଇଛି । ମୁଁ ଧୈର୍ଯ୍ୟର ସହିତ ନିଜର ଯୁଦ୍ଧ ଲଢୁଛି । ସବୁବେଳେ ମୋତେ ସପୋର୍ଟ କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ନଫିସାଙ୍କୁ ବର୍ତ୍ତମାନ ୬୯ ବର୍ଷ । କ୍ୟାନସରରେ ପୀଡିତ ହୋଇ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି । ୟମଲା ପଗଲା ଦ୍ବିୱାନା, ଉଞ୍ଚାଇ, ଗୁଜାରିଶ ଭଳି ଫିଲ୍ମରେ କାମ କରିଛନ୍ତି ।

ତେବେ ନଫିସାଙ୍କ ପୋଷ୍ଟ ଦେଖିବା ପରେ ଫ୍ୟାନ୍ସ ଭାବୁକ ହୋଇଛନ୍ତି । ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି । ୟୁଜର୍ସ ଲେଖିଛନ୍ତି, ଆଲ୍ହା ତୁମରକୁ ଖୁବଶୀଘ୍ର ସୁସ୍ଥ କରନ୍ତୁ । ଆଉ ଜଣେ ଲେଖିଛନ୍ତି, ତୁମେ ବାହାଦୂର ।

Leave a Reply

Your email address will not be published. Required fields are marked *

Back to top button