
Horoscope Today : ଆଜି କେଉଁ ରାଶିର ଭାଗ୍ୟ ଚମକିବ, ମିଳିବ ଧନଲାଭ ଓ ସଫଳତା
ମେଷ : ଆଜି ମେଷ ରାଶି ପାଇଁ ଦିନଟି ଭଲ ରହିବ । ବୃତ୍ତିଗତ କ୍ଷେତ୍ରରେ ସଫଳତା ମିଳିବା ସହ ନୂଆ ଉତ୍ସାହ ଆସିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିପାରେ, କିନ୍ତୁ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହୋଇପାରେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ପାରିବାରିକ ପରିବେଶ ଭଲ ରହିବ । ବୈବାହିକ ଜୀବନ ମଧ୍ୟ ସୁଖଦ ରହିବ । ତେବେ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଭଲ । ଖର୍ଚ୍ଚ ବଢ଼ିପାରେ ।
ବୃଷ : ବୃଷ ରାଶି ପାଇଁ ଆଜିର ଦିନଟି ମିଶ୍ରିତ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ସହ ନୂଆ ଦାୟିତ୍ୱ ବଢ଼ିପାରେ । ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିବ, କିନ୍ତୁ ଦିନଟି ବ୍ୟସ୍ତତାରେ କଟିବ । ଅଧିକ କାମ ଯୋଗୁଁ ଶାରୀରିକ ଓ ମାନସିକ ଥକ୍କା ଅନୁଭବ ହୋଇପାରେ । କ୍ରୋଧକୁ ନିୟନ୍ତ୍ରଣ କରିବା ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ନଚେତ ବିବାଦ ଦେଖାଦେଇପାରେ । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ । ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗ ଦେଇପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ : ମିଥୁନ ରାଶି ପାଇଁ ଆଜିର ଦିନଟି ସାଧାରଣ ରହିବ । ବ୍ୟବସାୟରେ ବିଶେଷ ଉନ୍ନତି ନ ହେଲେ ମଧ୍ୟ ସ୍ଥିତି ମଧ୍ୟମ ରହିବ । କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ସମସ୍ୟା ଓ ଅଧିକ କାମର ଚାପ ରହିପାରେ । ପରିଶ୍ରମ ଦ୍ୱାରା ଆପଣ କାମରେ ସଫଳତା ପାଇବେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରର ପରିବେଶ ଭଲ ରହିବ, କିନ୍ତୁ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ । ନଚେତ ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିଛି । ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ ଏବଂ ବାହାର ଖାଦ୍ୟ ଏଡ଼ାନ୍ତୁ ।
କର୍କଟ : କର୍କଟ ରାଶି ପାଇଁ ଆଜି ଦିନଟି ଭଲ ରହିବ । ଗ୍ରହ ସ୍ଥିତି ଅନୁକୂଳ ରହିବାରୁ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିପାରେ । ବ୍ୟବସାୟରେ ଆର୍ଥିକ ଲାଭ ହେବା ସହ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିବ । କାମରେ ଆଶାନୁରୂପ ସଫଳତା ନ ମିଳିଲେ ଆତ୍ମବିଶ୍ୱାସ କମିପାରେ, କିନ୍ତୁ ଶେଷରେ ଆପଣଙ୍କ ପରିଶ୍ରମ ସଫଳତା ଆଣିବ । ପରିବାର ଓ ବନ୍ଧୁଙ୍କ ସହ ଭଲ ସମୟ କଟିବ । ପାରିବାରିକ ପରିବେଶ ଶାନ୍ତ ରହିବ । ତେବେ ତରବରିଆ ଭାବେ ନିବେଶ କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ।
ସିଂହ : ସିଂହ ରାଶି ପାଇଁ ଆଜିର ଦିନଟି ଶୁଭ ରହିବ । ବ୍ୟବସାୟରେ ଭଲ ଆର୍ଥିକ ଲାଭ ମିଳିପାରେ ଏବଂ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ଥିଲେ ମଧ୍ୟ ପରିଶ୍ରମ ଓ ପ୍ରୟାସ ଆପଣଙ୍କୁ ସଫଳତା ଦେବ । ବନ୍ଧୁ ଓ ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ । ଘରୋଇ ପରିବେଶ ଅନୁକୂଳ ରହିବ ଏବଂ ପରିବାର ସହ ଖୁସିର ସମୟ କଟିବ । ସମ୍ପତ୍ତି କିମ୍ବା ସେୟାର ବଜାରରେ ନିବେଶ ଲାଭଦାୟକ ହୋଇପାରେ, କିନ୍ତୁ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କନ୍ୟା : କନ୍ୟା ରାଶି ପାଇଁ ଆଜି ଦିନଟି ଭଲ ରହିବ । ବ୍ୟବସାୟରେ ଉନ୍ନତି ସହ ଆର୍ଥିକ ଲାଭର ସୁଯୋଗ ମିଳିବ । ଚାକିରି ଖୋଜୁଥିବା ବ୍ୟକ୍ତିମାନେ ନୂଆ ସୁଯୋଗ ପାଇପାରନ୍ତି ଏବଂ ସଫଳତା ମଧ୍ୟ ମିଳିପାରେ । କର୍ମକ୍ଷେତ୍ରରେ ଅଧିକ କାମ ଓ ଦୌଡ଼ାଦୌଡ଼ି ଯୋଗୁଁ ଶାରୀରିକ ଓ ମାନସିକ କ୍ଳାନ୍ତି ହୋଇପାରେ । ବାହାର ଖାଦ୍ୟ ଏଡ଼ାଇବା ଭଲ । ପାରିବାରିକ ପରିବେଶ ଭଲ ରହିବ । ତେବେ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ ବିବାଦରେ ପଡ଼ିପାରନ୍ତି । ଅତ୍ୟଧିକ ଲୋଭ କରିବାରୁ ଦୂରେଇ ରୁହନ୍ତୁ, ନଚେତ ଆର୍ଥିକ କ୍ଷତି ହୋଇପାରେ ।
ତୁଳା : ତୁଳା ରାଶି ପାଇଁ ଆଜିର ଦିନଟି ମିଶ୍ରିତ ରହିବ । ବ୍ୟବସାୟରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ, କିନ୍ତୁ ପରିଶ୍ରମ ଓ ଠିକ୍ ନିଷ୍ପତ୍ତି ଦ୍ୱାରା ସଫଳତା ମିଳିବ । ଆର୍ଥିକ ଲାଭ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ପରିବାର ଓ ବନ୍ଧୁଙ୍କ ସହ ଭଲ ସମୟ କଟିବ । ଜୀବନସାଥୀଙ୍କ ସହ ନିଜ ସମସ୍ୟା ଆଲୋଚନା କଲେ ମାନସିକ ଶାନ୍ତି ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଧାର୍ମିକ ତୀର୍ଥଯାତ୍ରାର ସୁଯୋଗ ମିଳିପାରେ । ତେବେ ମାନସିକ ଚାପରୁ ଦୂରେଇ ରହିବା ଆବଶ୍ୟକ । ଧୈର୍ଯ୍ୟ ରଖି କାମ କରନ୍ତୁ ।
ବିଛା : ବିଛା ରାଶି ପାଇଁ ଆଜିର ଦିନଟି ସାଧାରଣ ରହିବ । ବ୍ୟବସାୟରେ ସ୍ଥିତି ମଧ୍ୟମ ରହିବା ସହ କାର୍ଯ୍ୟରେ କିଛି ବାଧା ଆସିପାରେ । ତେବେ ନିରନ୍ତର ପରିଶ୍ରମ ଦ୍ୱାରା ଶେଷରେ ସଫଳତା ମିଳିବ । ଆଜି ଆର୍ଥିକ କାରବାରରୁ ଦୂରେଇ ରହିବା ଭଲ । ନିବେଶ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । କୋର୍ଟ ମାମଲାରେ ଅଧିକ ସତର୍କ ରୁହନ୍ତୁ । ନୂଆ ଉଦ୍ୟମ ଆରମ୍ଭ ପାଇଁ ଦିନଟି ଅନୁକୂଳ ନୁହେଁ । ପରିବାରର ପରିବେଶ ଭଲ ରହିବ, କିନ୍ତୁ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ ।
ଧନୁ : ଧନୁ ରାଶି ପାଇଁ ଆଜିର ଦିନଟି ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଏବଂ ଅଧିକାଂଶ କାମ ସୁରୁଖୁରୁରେ ସମାପ୍ତ ହେବ । ତେବେ ଉପରିସ୍ଥ ଅଧିକାରୀଙ୍କ ଚାପ ମାନସିକ ଚିନ୍ତା ବଢ଼ାଇପାରେ । ଅବିବାହିତଙ୍କ ପାଇଁ ବିବାହର ନୂଆ ସୁଯୋଗ ଆସିପାରେ । ବ୍ୟବସାୟରେ ଉନ୍ନତି ହେବା ସହ ସମ୍ପତ୍ତିରେ ନିବେଶ ଲାଭଦାୟକ ହୋଇପାରେ । ଛାତ୍ରମାନେ ମଧ୍ୟ ନିଜ କ୍ଷେତ୍ରରେ ଭଲ ଫଳ ପାଇପାରନ୍ତି । ତେବେ ଆର୍ଥିକ କାରବାରରେ ସତର୍କ ରୁହନ୍ତୁ । ପାରିବାରିକ ପରିବେଶ ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ।
ମକର : ମକର ରାଶି ପାଇଁ ଆଜି ଦିନଟି ମିଶ୍ରିତ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିବ, କିନ୍ତୁ ସହକର୍ମୀଙ୍କ ସହଯୋଗରେ ସମସ୍ତ କାମ ସଫଳତାର ସହ ସମାପ୍ତ କରିପାରିବେ । ଆପଣଙ୍କ କାର୍ଯ୍ୟଶୈଳୀରେ ଉପରିସ୍ଥ ଅଧିକାରୀମାନେ ଖୁସି ହେବେ । ଅଧିକ କାମ ଯୋଗୁଁ ଥକାପଣ ଅନୁଭବ ହୋଇପାରେ । ପାରିବାରିକ ପରିବେଶ ଭଲ ରହିବ ଏବଂ ଘରେ ଶୁଭ ଘଟଣା ଘଟିପାରେ । ସାମାଜିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ ।
କୁମ୍ଭ : କୁମ୍ଭ ରାଶି ପାଇଁ ଆଜିର ଦିନଟି ସାଧାରଣ ରହିବ । ବ୍ୟବସାୟରେ ସଫଳତା ଓ ଆର୍ଥିକ ଲାଭର ସୁଯୋଗ ରହିବ । ବ୍ୟବସାୟ ବିସ୍ତାର ପାଇଁ ନୂଆ ଯୋଜନା କରିପାରନ୍ତି । ଶୀଘ୍ର ଟଙ୍କା ରୋଜଗାର କରିବାର ଇଚ୍ଛା ବଢ଼ିପାରେ, କିନ୍ତୁ ନୂଆ ପ୍ରକଳ୍ପ ଆରମ୍ଭ କରିବାରେ ସତର୍କ ରୁହନ୍ତୁ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କ୍ରୋଧକୁ ନିୟନ୍ତ୍ରଣ କରିବା ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ନଚେତ ପରିବାରରେ ମତଭେଦ ହୋଇପାରେ । ବୈବାହିକ ଜୀବନ ସୁଖଦ ରହିବ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।
ମୀନ : ମୀନ ରାଶି ପାଇଁ ଆଜି ଦିନଟି ଶୁଭ ଓ ଫଳପ୍ରଦ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ବ୍ୟବସାୟରେ ଆର୍ଥିକ ଲାଭର ଭଲ ସୁଯୋଗ ଆସିବ । ଅପ୍ରତ୍ୟାଶିତ ଧନଲାଭ ହେବାର ମଧ୍ୟ ସମ୍ଭାବନା ରହିଛି । ବନ୍ଧୁ ଓ ପରିବାରର ସମର୍ଥନ ମିଳିବାରୁ ଆର୍ଥିକ ସ୍ଥିତି ଆହୁରି ମଜବୁତ ହୋଇପାରେ । ପାରିବାରିକ ପରିବେଶ ଭଲ ରହିବ ଏବଂ ମିଠା କଥାବାର୍ତ୍ତା ସମ୍ପର୍କକୁ ମଜବୁତ କରିବ । ଆଳସ୍ୟ ଦୂର କରନ୍ତୁ, ନଚେତ ଗୁରୁତ୍ୱପୂର୍ଣ୍ଣ କାମ ବାଧାପ୍ରାପ୍ତ ହୋଇପାରେ । ଖର୍ଚ୍ଚ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।