
ରାଜ୍ୟ
Nandankanan: ନନ୍ଦନକାନନରେ ନୂଆ ଅତିଥି, ବନ୍ତାରାରୁ ଆସିଲେ ୭ ପ୍ରଜାତିର ଜୀବଜନ୍ତୁ
ନନ୍ଦନକାନନ ଆସିଲେ ନୂଆ ଜୀବଜନ୍ତୁ । ଗୁଜରାଟର ବନ୍ତାରାରୁ ଆସିଛନ୍ତି ନୂଆ ପ୍ରଜାତିର ଜୀବଜନ୍ତୁ। ନନ୍ଦନକାନନ ଆସିଲେ ନୂଆ ଅତିଥି। ନନ୍ଦନକାନନରେ ପହଞ୍ଚିଛନ୍ତି ୭ ପ୍ରଜାତିର ଜୀବଜନ୍ତୁ । ସେମାନଙ୍କ ମଧ୍ୟରେ କିଛି ନୂଆ ପ୍ରଜାତିର ଜନ୍ତୁ ରହିଛନ୍ତି । ଆସିଥିବା ଜନ୍ତୁ ମଧ୍ୟରେ ଜେବ୍ରା, କଙ୍ଗାରୁ, ୱାଇଲ୍ଡ ବିଷ୍ଟ, ମିରକାଟ, ମାକାଓ, କାସାୱାରି ସମେତ ବହୁ ବିରଳ ପ୍ରଜାତିର ପକ୍ଷୀ ରହିଛନ୍ତି । ସମସ୍ତ ଜନ୍ତୁ ଗୁଜରାଟର ବନ୍ତାରା ଚିଡିଆଖାନାରୁ ନନ୍ଦନକାନନ ଆସିଛନ୍ତି । ନନ୍ଦନକାନନ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମାସକ ପରେ ସେମାନଙ୍କୁ ଖୁଆଡ଼କୁ ଅଣାଯିବ । ଯାହା ଫଳରେ ପର୍ଯ୍ୟଟକ ଏମାନଙ୍କୁ ଦେଖିବାକୁ ସୁଯୋଗ ପାଇବେ । ପୂର୍ବରୁ ନନ୍ଦନକାନନରେ ଜେବ୍ରା ରହିଥିଲା ହେଲେ ତାର ମୃତ୍ୟୁ ପରେ ଖୁଆଡ଼ ଖାଲି ପଡ଼ିଛି । ପୁଣି ଥରେ ଜେବ୍ରା ଆସିବା ପରେ ନନ୍ଦନକାନନରେ ପର୍ଯ୍ୟଟକ ଏମାନଙ୍କୁ ଦେଖି ମଜା ଉଠାଇବେ ।