ରାଜ୍ୟ

Orangutan Case: ବ୍ଲାକ୍ ଥାରରୁ ଖୋଲିବ ଓରାଙ୍ଗଉଟାନ୍ ରହସ୍ୟ, ୮ ଦିନ ଭିତରେ ଉଠିବ ପର୍ଦ୍ଦା

ଖୋଲିବ ଓରାଙ୍ଗଉଟାନ ରହସ୍ୟ । ୮ ଦିନ ଭିତରେ ଉଠିବ ପର୍ଦ୍ଦା । ଓରାଙ୍ଗଉଟାନର ପଶ୍ଚିମବଙ୍ଗ ଲିଙ୍କ ଖେଳତାଡ଼ । ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ୩ ଜଣଙ୍କୁ ଗତକାଲିଠୁ ଉଠାଇ ଆଣି ପଚରାଉଚରା କରୁଛି STF ଟିମ୍। ସଂପୃକ୍ତ ହୋଟେଲ ମାଲିକଙ୍କ ଘର ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଘଟଣାରେ ହୋଟେଲଙ୍କ ମାଲିକ ଓ ତାଙ୍କ ପୁଅ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ସେମାନେ ଗତକାଲିଠୁ ଫେରାର ଥିବା ବେଳେ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ପୋଲିସ । ଭୋଗରାଇର ବିଚିତ୍ରପୁର ବଡ଼ପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକଙ୍କୁ ଉଦ୍ଧାର ପୂର୍ବ ରାତିରେ ଏକ କଳା ରଙ୍ଗର ଥାର୍ ସେହି ରାସ୍ତାରେ ଯାଇଥିଲା ।

୧୫ ମିନିଟ ପରେ ଜଙ୍ଗଲରୁ ଫେରିଥିଲା । ବ୍ଲାକ ଥାରକୁ ନେଇ ଖୋଳତାଡ଼ କରୁଛି । ଗତ କାଲି ଆଉ ଏକ CCTV ଫୁଟେଜ ସାମ୍ନା କୁ ଆସିଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ ଦେଖା ଯାଇଛି ଏକ କଳା ରଙ୍ଗର ଥାର ଯାଉଥିବାର ଦୃଶ୍ଯ, ଏହି CCTV ଫୁଟେଜ ଟି ପଶ୍ଚିମବଙ୍ଗ ଦୀଘା ଅଞ୍ଚଳର ବୋଲି ଜଣା ପଡିଛି। ଗାଡ଼ିଟି ଓରାଙ୍ଗଉଟାନ ଉଦ୍ଧାର ହୋଇଥିବା ପୂର୍ବ ରାତି ୧୦ ଟା ୫୬ରେ ଆସିଛି ବୋଲି ଜଣା ପଡିଛି । ବ୍ଲାକ ଥାର ଗାଡ଼ିଟି ହୋଟେଲ ମାଲିକଙ୍କର ବୋଲି କୁହାଯାଉଛି । ଏଭିତରେ ବିଚିତ୍ରପୁର ବଡ଼ପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ଜାଲ ଲଗାଯାଇ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ଯାମ୍ପ କରାଯାଇଛି। ବନକର୍ମଚାରୀ ମାନେ ଦିନ ରାତି ଜଗି ରହିଛନ୍ତି ।

ସୀମାନ୍ତ ରାସ୍ତାର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ସୁମାତ୍ରା-ବୋର୍ନିଓରୁ ବାଲେଶ୍ୱର। କେଉଁ ରାସ୍ତାରେ ଆସିଲେ ଓରାଙ୍ଗଉଟାନ? ତଦନ୍ତରେ ସମୁଦ୍ର, ସଡ଼କ ଓ ରେଳପଥ । ବାଲେଶ୍ୱର ପଶ୍ଚିମବଙ୍ଗ ସୀମା ନିକଟରେ ଥିବାରୁ ବାଂଲାଦେଶ ଦେଇ ପଶ୍ଚିମବଙ୍ଗ ଏବଂ ପରେ ଓଡ଼ିଶାକୁ ଆଣିବାର ସମ୍ଭାବନା ମଧ୍ୟ କେତେକ ବନ୍ୟପ୍ରାଣୀ ବିଶେଷଜ୍ଞ ଉଠାଇଛନ୍ତି। କିନ୍ତୁ ଏହି ରୁଟ୍ ର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଓରାଙ୍ଗଉଟାନ୍ କେଉଁ ରାସ୍ତାରେ ଓଡ଼ିଶା ଆସିଲେ, କିଏ ଆଣିଥିଲା, କେଉଁଠିକୁ ନେବାର ଯୋଜନା ଥିଲା ଏବଂ ଏହା ପଛରେ କୌଣସି ଅନ୍ତର୍ଜାତୀୟ wildlife trafficking network ଅଛି କି ନାହିଁ ସବୁ ଦିଗରୁ ତଦନ୍ତ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Back to top button