କ୍ରୀଡା

Vaibhav Sooryavanshi : ଚେପକରେ ଫ୍ୟାନ୍ସଙ୍କ ମନ ଜିଣିଲେ ବୈଭବ, ଅଟୋଗ୍ରାଫ୍ ପାଇଁ ପ୍ରଶଂସକଙ୍କୁ କଲେନି ନିରାଶ

ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଦୁଲୀପ୍ ଟ୍ରଫି ଫାଇନାଲର ପ୍ରଥମ ଦିନରେ ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରେଜ୍ ଦେଖିବାକୁ ମିଳିଛି । ଇଷ୍ଟ ଜୋନ୍ ଓ ସାଉଥ୍ ଜୋନ୍ ମଧ୍ୟରେ ଚାଲିଥିବା ଫାଇନାଲ୍ ମ୍ୟାଚରେ ବୈଭବଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ବହୁ ସଂଖ୍ୟାରେ ପ୍ରଶଂସକ ପହଞ୍ଚିଥିଲେ । ୧୫ ବର୍ଷୀୟ ବୈଭବ ମ୍ୟାଚରେ ମାତ୍ର ୩୭ଟି ବଲରୁ ୪୪ ରନ କରିଥିଲେ । ତାଙ୍କ ବ୍ୟାଟିଂ ଷ୍ଟାଇଲ ଦେଖି ଦର୍ଶକଙ୍କ ଉତ୍ସାହ ବଢ଼ିଯାଇଥିଲା । କିନ୍ତୁ ବୈଭବ ଆଉଟ୍ ହୋଇଯିବା ପରେ ଅନେକ ଦର୍ଶକ ଷ୍ଟାଡିୟମରୁ ବାହାରି ଯାଇଥିଲେ । ହେଲେ ବୈଭବ ଖେଳ ଶେଷ ହେବା ପରେ ଯାହା କରିଥିଲେ, ସେଠାରେ ଉପସ୍ଥିତ ଥିବା ଫ୍ୟାନ୍ସଙ୍କ ହୃଦୟ ଜିତିନେଇଥିଲେ ।

ଇଷ୍ଟ ଜୋନ୍ ଏବଂ ସାଉଥ ଜୋନ ମଧ୍ୟରେ ଚେପାକରେ ଚାଲିଥିବା ଖେଳ ଦେଖିବାକୁ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା । ଫାଇନାଲ ମ୍ୟାଚକୁ ବିସିସିଆଇ ବେଙ୍ଗାଲୁରୁ ସେଣ୍ଟର ଅଫ୍ ଏକ୍ସିଲେନ୍ସିରୁ ଚେନ୍ନାଇକୁ ସିଫ୍ଟ କରିଥିଲା । ଅଧିକରୁ ଅଧିକ ଲୋକ ମ୍ୟାଚ ଦେଖିବାକୁ ଆସିବେ ବୋଲି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିଲା । ମ୍ୟାଚ୍ରେ ନିଜ ଇନିଂସ ଶେଷ କରିବା ପରେ ବୈଭବ ପ୍ରଶଂସକଙ୍କ ସହ ମିଶିଥିଲେ । ଏହି ସମୟରେ ଅନେକ ପ୍ରଶଂସକ ତାଙ୍କଠାରୁ ଅଟୋଗ୍ରାଫ୍ ନେବା ପାଇଁ ଭିଡ଼ ଜମାଇଥିଲେ । ବୈଭବ ମଧ୍ୟ ପ୍ରଶଂସକଙ୍କୁ ନିରାଶ ନକରି ଅଟୋଗ୍ରାଫ୍ ଦେଇଥିଲେ ।

ଚେପକରେ ବୈଭବ କ୍ୟାନ୍, ନୋଟବୁକ୍, କାଗଜ ଏବଂ ଜର୍ସି ପ୍ରଶଂସକଙ୍କୁ ଦେଇଥିଲେ । ଆଉ ଏସବୁରେ ବୈଭବ ଅଟୋଗ୍ରାଫ ମଧ୍ୟ ଦେଇଥିଲେ । ଚେପକରେ ମିଳିଥିବା ଏହି ଜବରଦସ୍ତ ସମର୍ଥନ ଦେଖିବାକୁ ମିଳିଥିଲା । ଭାରତୀୟ କ୍ରିକେଟରେ ଏହି ଉଦୀୟମାନ ତାରକାଙ୍କ ପ୍ରତି ପ୍ରଶଂସକଙ୍କ ଆକର୍ଷଣ ଦିନକୁ ଦିନ ବଢ଼ୁଛି ।

ଫାଇନାଲର ପ୍ରଥମ ଦିନ ଇଷ୍ଟ ଜୋନ୍ ଦମଦାର ବ୍ୟାଟିଂ କରିଥିଲା । ବୈଭବଙ୍କ ୪୪ ରନ୍ ପରେ ଅଭିମନ୍ୟୁ ଈଶ୍ୱରନ୍ ୮୫ ରନ୍ ଏବଂ ଅଧିନାୟକ ଈଶାନ କିଶନ୍ ଅପରାଜିତ ୧୧୧ ରନ୍ କରିଥିଲେ । ଦିନ ଶେଷରେ ଇଷ୍ଟ ଜୋନ୍ ୩୮୫/୪ରେ କରିଥିଲା ।

Leave a Reply

Your email address will not be published. Required fields are marked *

Back to top button