ରାଜ୍ୟ

New Tata Nexon: ନୂଆ ଲୁକରେ ଆସିବ Tata Nexon, SUV ଲୁକ୍ ସହ ମିଳିପାରେ ଦମଦାର ଫିଚର୍ସ

ଟାଟା ମୋଟର୍ସ ନିଜର ଲୋକପ୍ରିୟ SUV Nexonର ନୂଆ ମଡେଲ୍ ଉପରେ କାମ କରୁଛି । ନୂଆ Nexonକୁ ୨୦୨୭ରେ ଭାରତୀୟ ବଜାରରେ ଲଞ୍ଚ କରାଯାଇପାରେ । ଏହି ନୂଆ SUV କୁ କମ୍ପାନୀ Project Garud ନାମ ଦେଇଛି । ଟେଷ୍ଟିଂ ସମୟରେ ନୂଆ Nexonକୁ ଅନେକଥର ରାସ୍ତାରେ ଦେଖିବାକୁ ମିଳିଛି । ନୂଆ ମଡେଲର ଲୁକ୍ ବର୍ତ୍ତମାନର Nexon ଠାରୁ ବହୁତ ଅଲଗା ହୋଇପାରେ । ଏହାର ଡିଜାଇନ୍ ଅଧିକ ସିଧା ଓ ଚଉକା ରଖାଯାଇପାରେ । ଏହାଦ୍ୱାରା ଗାଡ଼ିଟି ରାସ୍ତାରେ ଅଧିକ ବଡ଼ ଏବଂ ପାୱାରଫୁଲ୍ ଦେଖାଯିବ । ଏହା ସହିତ ନୂଆ Nexonରେ Coupe-SUV ଭଳି ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିପାରେ । ଅର୍ଥାତ୍ ଗାଡ଼ିର ଲୁକ୍ ମଜବୁତ ହେବା ସହିତ ସ୍ପୋର୍ଟି ମଧ୍ୟ ରହିବ ।

ନୂଆ Nexonର A-pillar ଓ C-pillarରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ । ଏହା ଫଳରେ ପଛ ସିଟ୍‌ରେ ବସୁଥିବା ଯାତ୍ରୀଙ୍କ ପାଇଁ ମୁଣ୍ଡ ପାଖରେ ଅଧିକ ସ୍ଥାନ ମିଳିପାରେ । ଏହା ସହିତ ଗାଡ଼ିଟି ରାସ୍ତାରେ ଏକ ବଡ଼ SUV ଭଳି ଦେଖାଯାଇପାରେ । କେବଳ ବାହାର ଲୁକ୍ ନୁହେଁ, ନୂଆ Nexonର ଇଣ୍ଟେରିୟରରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇପାରେ । ଏହାର ଇଣ୍ଟେରିୟର ଟାଟାର ନୂଆ Sierra SUVର ଡିଜାଇନ୍‌ ସହିତ ମିଶିଥିବା ଦେଖିବାକୁ ମିଳିପାରେ । ଡ୍ୟାସବୋର୍ଡରେ ଦୁଇଟି ୧୦.୨୫ ଇଞ୍ଚର ସ୍କ୍ରିନ୍ ଦିଆଯାଇପାରେ । ଗୋଟିଏ ସ୍କ୍ରିନ୍ ଡ୍ରାଇଭରଙ୍କ ସାମ୍ନାରେ ରହିବ । ଅନ୍ୟ ସ୍କ୍ରିନରେ ମ୍ୟୁଜିକ୍ ଓ ଅନ୍ୟାନ୍ୟ ଫିଚର୍ସ ବ୍ୟବହାର କରାଯାଇପାରିବ । ନୂଆ Nexonରେ ନୂଆ ଷ୍ଟିୟରିଂ ହ୍ୱିଲ୍ ମଧ୍ୟ ମିଳିପାରେ । ଏଥିରେ ଆଲୋକିତ Tata ଲୋଗୋ ଦିଆଯାଇପାରେ । ACର ଡିଜାଇନରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଗାଡ଼ି ଭିତରେ ଅଧିକ ଆରାମ ଓ ନୂଆ ଟେକ୍ନୋଲୋଜି ଦେବା ଉପରେ କମ୍ପାନୀ ଗୁରୁତ୍ୱ ଦେଇପାରେ । ନୂଆ Nexonର ଟପ୍ ମଡେଲରେ ଅନେକ ନୂଆ ଫିଚର୍ସ ମିଳିପାରେ । ଏଥିରେ ନୂଆ ADAS ସିଷ୍ଟମ୍ ମଧ୍ୟ ଦିଆଯାଇପାରେ ।

ଏହି ଟେକ୍ନୋଲୋଜି ଗାଡ଼ି ଚଲାଇବା ସମୟରେ ଡ୍ରାଇଭରଙ୍କୁ ସହାୟତା କରିଥାଏ । ଏହା ବ୍ୟତୀତ ନୂଆ ଇନଫୋଟେନମେଣ୍ଟ ସ୍କ୍ରିନ୍ ଏବଂ ସହଜ ଅପରେଟିଂ ସିଷ୍ଟମ୍ ମିଳିପାରେ । ଟପ୍ ମଡେଲରେ Electronic Parking Brake ଏବଂ Auto Hold ଫିଚର୍ ମଧ୍ୟ ଦିଆଯାଇପାରେ । କିଛି ମହଙ୍ଗା ଭାରିଆଣ୍ଟରେ ତିନୋଟି ସ୍କ୍ରିନ୍ ସହିତ ଡ୍ୟାସବୋର୍ଡ ମିଳିବାର ସମ୍ଭାବନା ରହିଛି । ଯଦି ଏହା ହୁଏ, ତେବେ ନୂଆ Nexon ନିଜ ସେଗମେଣ୍ଟର ଏକ ମର୍ଡନ SUV ହୋଇପାରେ । ଏବେ ଇଞ୍ଜିନ୍ ବିଷୟରେ କହିବାକୁ ଗଲେ, ଟାଟା ନୂଆ Nexonରେ ୧.୨ ଲିଟର ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍ ଜାରି ରଖିପାରେ । ଏହା ସହିତ Twin-Cylinder CNG ଅପ୍ସନ ମଧ୍ୟ ମିଳିପାରେ । ତେବେ ୧.୫ ଲିଟର ଡିଜେଲ୍ ଇଞ୍ଜିନ୍‌କୁ ବନ୍ଦ କରାଯାଇପାରେ । ତେବେ ନୂଆ Nexonର ଅଫିସିଆଲ୍ ଫିଚର୍ସ, ଇଞ୍ଜିନ୍ ଓ ଦାମ ସମ୍ପର୍କରେ କମ୍ପାନୀ ପକ୍ଷରୁ ଅଧିକାରିକ ସୂଚନା ଆସିବା ପରେ ହିଁ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Back to top button