
Nimrat Kaur in Vrindavan : କୃଷ୍ଣ ଜନ୍ମାଷ୍ଟମୀରେ ବୃନ୍ଦାବନରେ ନିମରତ କୌର, ଶୁଭେଚ୍ଛା ଜଣାଲେ ଅନେକ ସେଲିବ୍ରିଟି
ଜନ୍ମାଷ୍ଟମୀ ଶୁଭ ଅବସରରେ ଅଭିନେତ୍ରୀ ନିମରତ କୌର ବୃନ୍ଦାବନର ବାଙ୍କେ ବିହାରୀଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି । ନିମରତ ନିଜର ଆଧ୍ୟାତ୍ମିକ ଯାତ୍ରାର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ନିମରତ ବ୍ରିଜ ଧାମରେ କିଛି ଶାନ୍ତି ମୁହୂର୍ତ୍ତ ବିତାଇବାର ମୁହୂର୍ତ୍ତ ପୋଷ୍ଟ କରି ସେୟାର କରିଛନ୍ତି । ପୋଷ୍ଟରେ ନିମରତ ମନ୍ଦିରରେ ପୂଜା କରୁଥିବା ଏବଂ ଧାର୍ମି କକାର୍ଯ୍ୟରେ ଭାଗ ନେଇଥିବା ଦେଖିବାକୁ ମିଳିଛି ।
କୃଷ୍ଣ ଜନ୍ମାଷ୍ଟମୀରେ ଶୁଭେଚ୍ଛା ଜଣାଇ ନିମରତ କୌର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ବ୍ରିଜ ଧାମରେ ନିଜକୁ ଧନ୍ୟ ମନେ କରୁଛି । ଦିବ୍ୟ ପ୍ରଭୁ ଏବଂ ପ୍ରେମର ସାକ୍ଷାତ ସ୍ବରୂପ ଏହି ଭୂମିରେ ମନ୍ତ୍ରମୁଗ୍ଧ ଏବଂ ସମ୍ମୋହିତ ହୋଇଛି । କିଛି ଏଭଳି ମୁହୂର୍ତ୍ତ ସେୟାର କରୁଛି, ଯାହାକୁ ଶବ୍ଦରେ କହିବା ଅସମ୍ଭବ । ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭକାମନା ।
ସେହିପରି ହେମାମାଳିନୀ ମଧ୍ୟ ଜନ୍ମାଷ୍ଟମୀରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ଏକ ଡ୍ୟାନ୍ସ କ୍ଲିପ୍ ସେୟାର କରି ହେମା ଲେଖିଛନ୍ତି, ଜନ୍ମାଷ୍ଟମୀ ଶୁଭ ଅବସରରେ ସମସ୍ତଙ୍କୁ ଶୁଭକାମନା । ଜନ୍ମାଷ୍ଟମୀ ସମସ୍ତଙ୍କ ପାଇଁ ଶାନ୍ତି, ଖୁସି ଏବଂ ସମୃଦ୍ଧି ଆଣୁ । ରାଧେ.. ରାଧେ ଜୟ ଶ୍ରୀ କୃଷ୍ଣ ।
ସୂଚନାଯୋଗ୍ୟ, ଜନ୍ମାଷ୍ଟମୀ ଅବସରରେ ବଲିଉଡର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନ, ମାଧୁରୀ ଦିକ୍ଷୀତ, କଙ୍ଗନା ରଣାୱନ, ରାମଚରଣ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଟିଭି ପରଦାରେ କୃଷ୍ଣ ଭୂମିକାରେ ନଜର ଆସୁଥିବା ସୌରଭ ଜୈନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।