ରାଜ୍ୟ

Stolen loot: ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି, ଗାଁରେ ଉତ୍ତେଜନା ପରିସ୍ଥିତି, ପୋଲିସ ମୁତୟନ

ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବୁଢାଳ ଗାଁ ସ୍ଥିତ ମା ବୁଢ଼ୀ ନାହାକାଣୀ ମନ୍ଦିରରୁ ଲୁଟ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ମୂର୍ତ୍ତି ସହ ଠାକୁରାଣୀଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ଲୁଟ କରିଛନ୍ତି । ସିସିଟିଭି କ୍ୟାମେରା ସମ୍ମୁଖରେ ଛତା ଦେଖାଇ ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତମାନେ ।ଯାହାକୁ ନେଇ ବୁଢାଲୋ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ଘଟଣାସ୍ଥଳରେ କମିସନରେଟ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ୪ ବର୍ଷ ତଳେ ଠାକୁରାଣୀ ପୀଠ ମାଲିକାନାକୁ ନେଇ ବୁଢାଲୋ ଏବଂ ସୁବାଲୋ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥଲା । ତେଣୁ ମୂର୍ତ୍ତିକୁ ଚୋରି କରାଯାଇ ସୁବାଲୋ ଗାଁରେ ରଖାଯାଇଥିବା ବୁଢାଳ ଗାଁ ଗ୍ରାମବାସୀ ସିଧାସଳଖ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୂର୍ତ୍ତି ଉଦ୍ଧାର ହୋଇପାରି ନଥିବା ଜଣାପଡିଛି ।  ଗଣ୍ଡଗୋଳ ଆଶଙ୍କାରେ ବାଲିଅନ୍ତା ଥାନା ପୋଲିସ ଗାଁରେ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button