ଜ୍ୟୋତିଷ

chakulia panda : ହଜିନି ଚକୁଳିଆ ପଣ୍ଡାଙ୍କ ସ୍ୱର, ଆଜି ବି ଜୀବନ୍ତ ଓଡ଼ିଆ ପରମ୍ପରା

ଗାଁ ଦାଣ୍ଡରୁ ଘର ଅଗଣା । ସକାଳୁ ସକାଳୁ ଶୁଭ ଗୀତ ଗାଇ ଲୋକଙ୍କ ଦୁଆରେ ପହଂଚନ୍ତି ଚକୁଳିଆ ପଣ୍ଡା । ମୁଣ୍ଡରେ ଚୁଡ଼ା ହାତରେ ଖଞ୍ଜଣି ଆଉ ମୁହଁରେ ପାରମ୍ପରିକ ଗୀତ । ଗୀତ ଗାଇ ଘରର ମଙ୍ଗଳ କାମନା କରିବା ସହ ଲୋକଙ୍କୁ ମନୋରଞ୍ଜନ ଦେବା ହେଉଛି ତାଙ୍କ ପରମ୍ପରା । ସମୟ ବଦଳିଛି ଜୀବନଶୈଳୀ ବଦଳିଛି । ତଥାପି ଓଡ଼ିଶାର ଲୋକସଂସ୍କୃତିରେ ଚକୁଳିଆ ପଣ୍ଡାଙ୍କ ପରମ୍ପରା ଆଜି ବି ଏକ ନିଆରା ପରିଚୟ ବହନ କରୁଛି । ଏହା କେବଳ ଗୀତ ନୁହେଁ ଏହା ଆମ ମାଟିର ସ୍ମୃତି ଓ ସଂସ୍କୃତିର ସ୍ୱର।

ଚକୁଳିଆ ପଣ୍ଡା । ପରମ୍ପରାର ସ୍ୱର, ଓଡ଼ିଶାର ଗୌରବ ଓଡ଼ିଶାର ମାଟିରେ ଲୋକକଳା ଓ ଲୋକପରମ୍ପରାର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏହି ପରମ୍ପରାକୁ ଆଜି ବି ଜୀବନ୍ତ ରଖିଛନ୍ତି ଚକୁଳିଆ ପଣ୍ଡା । ସକାଳୁ ସକାଳୁ ଗାଁ ଦାଣ୍ଡରେ ଶୁଭ ଗୀତର ସ୍ୱର । ହାତରେ ପିତଳର ଥାଳ ମୁହଁରେ ଲୋକଗୀତ ଏବଂ ମନରେ ଶୁଭେଚ୍ଛା ନେଇ ଘର ଘର ବୁଲନ୍ତି ଚକୁଳିଆ ପଣ୍ଡା । ଗୀତ ଗାଇବା ସହ ପରିବାରର ମଙ୍ଗଳ କାମନା କରିବା ହେଉଛି ତାଙ୍କ ପରମ୍ପରା । ପୁରୀ ଜିଲ୍ଲା ରୁପଦେଇପୁର ଗ୍ରାମରେ ଦେଖିବାକୁ ମିଳିଥିଲା ଚକୁଳିଆ ପଣ୍ଡାଙ୍କୁ ।

ପୁରୁଣା ଦିନରେ ଗାଁର ସାମାଜିକ ଓ ସାଂସ୍କୃତିକ ଜୀବନରେ ଚକୁଳିଆ ପଣ୍ଡାଙ୍କର ଥିଲା ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ । ସେମାନଙ୍କ ଗୀତରେ ରହୁଥିଲା ଧର୍ମ ନୀତି ପୁରାଣ ଓ ଲୋକ ଜୀବନର କଥା । ଗୀତ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ ଦେବା ସହ ଅନେକ ଶିକ୍ଷଣୀୟ କଥା ମଧ୍ୟ କୁହାଯାଉଥିଲା । ସମୟ ବଦଳିଛି । ଏହି ପରମ୍ପରା କେବଳ ଜଣେ କଳାକାରଙ୍କ ଜୀବିକା ନୁହେଁ ବରଂ ଏହା ସହ ଜଡ଼ିତ ରହିଛି ଓଡ଼ିଆ ମାଟିର ଇତିହାସ ଲୋକବିଶ୍ଵାସ ଓ ସାଂସ୍କୃତିକ ଐତିହ୍ୟ । ହାତରେ ପିତଳର ଥାଳ ମୁହଁରେ ଲୋକଗୀତ ଏବଂ ମନରେ ଶୁଭେଚ୍ଛା ନେଇ ଘର ଘର ବୁଲନ୍ତି ଚକୁଳିଆ ପଣ୍ଡା । ଗୀତ ଗାଇବା ସହ ପରିବାରର ମଙ୍ଗଳ କାମନା କରିବା ହେଉଛି ତାଙ୍କ ପରମ୍ପରା । ଚକୁଳିଆ ପଣ୍ଡା ଗାଁ ଗାଁ ପରିକ୍ରମା କରିବାବେଳେ ମହିଳାମାନେ ହାତରେ ଚାଉଳ ଏବଂ ବିଭିନ୍ନ ପନିପରିବା ଦେଇଥାନ୍ତି । କିଛି କିଛି ଚକୁଳିଆ ପଣ୍ଡାଙ୍କ ଆର୍ଶିବାଦ ନେଇଥାନ୍ତି ।

ଆଧୁନିକତାର ପ୍ରଭାବରେ ଅନେକ ପୁରାତନ ପରମ୍ପରା ଧୀରେ ଧୀରେ ହଜିଯାଉଛି । ତଥାପି ଚକୁଳିଆ ପଣ୍ଡାଙ୍କ ପରମ୍ପରା ଆଜି ବି ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହୋଇ ରହିଛି । ନୂଆ ପିଢ଼ି ଯଦି ଏହି ପରମ୍ପରାକୁ ଜାଣିବ ବୁଝିବ ଓ ଆଗକୁ ନେବ । ତେବେ ଚକୁଳିଆ ପଣ୍ଡାଙ୍କ ଗୀତର ସ୍ୱର ଆହୁରି ଦୀର୍ଘଦିନ ଧରି ଓଡ଼ିଶାର ଗାଁ ଗାଁରେ ଶୁଣାଯିବ । ଚକୁଳିଆ ପଣ୍ଡା ଏକ ପରମ୍ପରା ଏକ ଲୋକକଳା ଏବଂ ଓଡ଼ିଆ ସଂସ୍କୃତିର ଏକ ଜୀବନ୍ତ ପରିଚୟ।

Leave a Reply

Your email address will not be published. Required fields are marked *

Back to top button