ଜ୍ୟୋତିଷ

BOI Bank: ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, BOIରେ ଖାଲି ପଡିଛି ୨୦୫ ପଦବୀ

ସରକାରୀ ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ସ୍ପେଶାଲିଷ୍ଟ ଅଫିସର(SO) ଭର୍ତ୍ତି ପାଇଁ ୨୦୫ଟି ପଦବୀ ଖାଲି ପଡିଥିବା ନେଇ ନୋଟିଫିକେସନ୍ ଜାରି ହୋଇଛି । ଅଧିକ ବିବରଣୀ ପାଇଁ ଆପଣମାନେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୨୦୫

ଆବେଦନ ତାରିଖ : ଏହି ନିଯୁକ୍ତି ଭର୍ତ୍ତି ପାଇଁ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୦ ରୁ ସେପ୍ଟେମ୍ବର ୨୫ ଯାଏଁ ଆବେଦନ କରିପାରିବେ ।

ବୟସ ସୀମା : ପଦବୀ ଅନୁସାରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ରୁ ୨୮ ବର୍ଷ ମଧ୍ୟରେ ରଖାଯାଇଥିବାବେଳେ ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ସ୍ପେଶାଲିଷ୍ଟ ପଦବୀ ଭର୍ତ୍ତି ପାଇଁ ଆବେଦନକାରୀମାନେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ ।

ରେଜିଷ୍ଟ୍ରେସନ୍ ଫିସ୍ ବା ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଆପଣଙ୍କୁ ବର୍ଗ ଅନୁଯାୟୀ ରେଜିଷ୍ଟ୍ରେସନ୍ ଫିସ୍ ଦେବାକୁ ପଡିବ । SC/ST ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ରେଜିଷ୍ଟ୍ରେସନ୍ ଫିସ୍ ୧୭୫ଟଙ୍କା  ଏବଂ ଜେନେରାଲ, EWS ଏବଂ OBC ପ୍ରାର୍ଥୀଙ୍କ ପାଇଁ ୧୧୮୦ଟଙ୍କା ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷାରେ ପ୍ରାର୍ଥୀଙ୍କ ପାଇଁ ଇଂରାଜୀ ଏବଂ ପ୍ରଫେସନାଲ ବିଷୟରେ ପ୍ରଶ୍ନ ରଖାଯିବ । ଇଂରାଜୀ ପାଇଁ ୨୫ ନମ୍ବର ରଖାଯାଇଥିବାବେଳେ ପ୍ରଫେସନାଲ ବିଷୟ ପାଇଁ ୧୦୦ ନମ୍ବର ରଖାଯିବ । ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଏକ ଚତୁର୍ଥାଂଶ ମାର୍କ ମାଇନସ୍ କରାଯିବ । ଲିଖିତ ପରୀକ୍ଷାରେ ମନୋନୀତ ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

Leave a Reply

Your email address will not be published. Required fields are marked *

Back to top button