
Vivo T5 5G : ଲଞ୍ଚ ପୂର୍ବରୁ Vivo T5 5Gର ଧମାକାଦାର ଫିଚର୍ସ ରିଭିଲ୍, ମିଳିବ ଦମଦାର ଫିଚର୍ସ
Vivo T5 5G ଭାରତରେ ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ ହେବାକୁ ଯାଉଛି । ଲଞ୍ଚ ପୂର୍ବରୁ କମ୍ପାନୀ ଫୋନର ଫିଚର୍ସଗୁଡିକୁ ସାମ୍ନାକୁ ଆଣିଛି । Vivର ଏହି ଫୋନ୍ ୭୦୫୦mAh ଦମଦାର ବ୍ୟାଟେରୀ ସହିତ ଲଞ୍ଚ କରିବାକୁ ଯାଉଛି । ଚୀନ୍ ବ୍ରାଣ୍ଡ ଫୋନର ଡିସପ୍ଲେ ଫିଚର୍ସ ମଧ୍ୟ ରିଭିଲ୍ କରିଛି । କମ୍ପାନୀ ଭାରତୀୟ ବଜାରରେ ଏହି ସିରିଜର ୪ଟି ଫୋନ୍ Vivo T5 Lite 5G, Vivo T5 Pro 5G, Vivo T5x 5G, ଏବଂ Vivo T5e ଲଞ୍ଚ କରିସାରିଛି ।
ଫିଚର୍ସ :
Vivo ଇଣ୍ଡିଆ ଏହାର ଅଫିସିଆଲ X ହ୍ୟାଣ୍ଡେଲରେ ଫୋନର କ୍ୟାମେରା ଫିଚର୍ସଗୁଡିକୁ ସେୟାର କରିଛି । ଏହି ଫୋନରେ ଡୁଆଲ୍ କ୍ୟାମେରାର ସେଟଅପ୍ ରହିବ । ଯେଉଁଥିରେ ୫୦MP ମେନ୍ OIS କ୍ୟାମେରା ସାମିଲ ରହିଛି । କମ୍ପାନୀ Sony IMX882 ବ୍ୟବହାର କରୁଛି । ଏଥିସହ ଏଥିରେ ୮MPଅଲ୍ଟ୍ରା ୱାଇଡ୍ କ୍ୟାମେରା ସୁବିଧା ପ୍ରଦାନ କରାଯିବ । ସେଲ୍ଫି ଓ ଭିଡିଓ କଲିଂ ପାଇଁ 32MP ଫ୍ରଣ୍ଟ କ୍ୟାମେରା ଆଶା କରାଯାଉଛି ।
ପୂର୍ବରୁ କମ୍ପାନୀ ଏହାର X ହ୍ୟାଣ୍ଡେଲରେ ଫୋନର ଡିସପ୍ଲେ ବିଷୟରେ ସେୟାର କରିଥିଲା । ଯାହା 1.5K ରିଜୋଲ୍ୟୁସନ୍ AMOLED ଡିସପ୍ଲେ ସହିତ ଲଞ୍ଚ ହେବ । ଫୋନ୍ ଡିସପ୍ଲେ ୧୪୪Hz ରିଫ୍ରେସ ରେଟକୁ ସପୋର୍ଟ କରିବ ବୋଲି ଆଶା କରାଯାଉଛି । ଏହି ଫୋନର ପିକ୍ ବ୍ରାଇଟନେସ୍ ୨୦୦ ନିଟ୍ସ ପର୍ଯ୍ୟନ୍ତ ରହିବ । ଏହା ବ୍ୟତୀତ Vivo ଫୋନରେ MediaTek Dimensity 7550 Turbo ଚିପସେଟ୍ ମଧ୍ୟ ମିଳିପାରେ । ଏହା ୨ କଲର ରୟାଲ ବ୍ରୋଞ୍ଜ ଏବଂ ସିଲଭର୍ ଗ୍ରୀନ୍ ଅପ୍ସନରେ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନରେ ୭୦୫୦mAh ବ୍ୟାଟେରୀ ସହିତ ୪୪w ଫାଷ୍ଟିଂ ଚାର୍ଜିଂ ସହିତ ଆସିବ ବୋଲି ଆଶା କରାଯାଉଛି । ଏହା Android 16 ଉପରେ ବେସ୍ଡ, ଯାହା OriginOS 6ରେ କାମ କରିବ । ଏହି ଫୋନ୍ IPରେଟିଂଯୁକ୍ତ । ଯାହା ଡଷ୍ଟ ଏବଂ ପାଣିରେ ଖରାପ ହେବାରୁ ରକ୍ଷା କରିବ । ବଡ ବ୍ୟାଟେରୀ ବ୍ୟତୀତ ଏହି ଫୋନର ମୋଟାଇ 7.99mmରହିବ ବୋଲି କମ୍ପାନୀ ସ୍ପଷ୍ଟ କରୁଛି । ଏହି ଫୋନର ଲୁକ୍ ଏବଂ ଡିଜାଇନ୍ ସମ୍ପ୍ରତି ଲଞ୍ଚ ହୋଇଥିବା Vivo S2 ସହିତ ସମାନ ହେବ ।
ନିକଟରେ, ଚୀନ୍ କମ୍ପାନୀ ଭାରତରେ Vivo S2 ଲଞ୍ଚ କରିଛି । ଯାହା ପ୍ରାୟ ସାତ ବର୍ଷ ପରେ ଲଞ୍ଚ ହୋଇଥିବା Vivo S ସିରିଜର ପ୍ରଥମ ଫୋନ୍ । ଏହି ଫୋନ୍ରେ ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରିବା ସହିତ 6.83ଇଞ୍ଚର AMOLED ଡିସପ୍ଲେ ରହିଛି । ଏହା MediaTek Dimensity 7360 Turbo ଚିପସେଟ୍ ଦ୍ୱାରା ପରିଚାଳିତ । ଯାହା 8GB RAM ଏବଂ 256GB ଷ୍ଟୋରେଜ୍ ସହିତ ସାମିଲ କରାଯାଇଛି ।
Vivo S2 ର ବ୍ୟାକରେ ଡୁଆଲ୍ କ୍ୟାମେରାର ସେଟଅପ୍ ରହିଛି । ଫୋନରେ ୫୦MP ମେନ୍ କ୍ୟାମେରା ଏବଂ ୨MP ସେକେଣ୍ଡାରୀ କ୍ୟାମେରା ସାମିଲ ରହିଛି । ଏଥିରେ ୩୨MP ସେଲଫି କ୍ୟାମେରା ମଧ୍ୟ ରହିଛି । ଫୋନଟି ଏକ ପାୱାରଫୁଲ ୭୦୫୦mAh ବ୍ୟାଟେରୀ ପ୍ୟାକ୍ କରେ ଏବଂ ୪୪W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ଏହା Android 16 ଉପରେ ବେସ୍ଡ ଯାହା OriginOS 6 ରେ ଚାଲିଥାଏ ।