ସ୍ୱାସ୍ଥ୍ୟ

Raksha Bandhan: ରାକ୍ଷୀ ବାନ୍ଧିବାକୁ ଆସିଲାନି ଭଉଣୀ, ଫଟୋ ପାଖରେ କାନ୍ଦିଲା ଭାଇ

ଭାଇଟି ପାଖରେ ଥିବା ଭଉଣୀର ଫଟୋ ନିକଟରେ ବସି ନୀରବରେ କାନ୍ଦୁଛି । ପାଖରେ ଥୁଆ ହୋଇଛି ଥାଳିରେ ସଜା ହୋଇ ରାକ୍ଷୀ ଦୀପ ଫୁଲ । ଲାଗୁଥିଲା କିଛି ସମୟରେ ଭଉଣୀଟି ହସି ହସି ଦୌଡ଼ି ଆସି ଭାଇ ହାତରେ ରାକ୍ଷୀ ବାନ୍ଧିଦେବ । ଦୀପ ଆଳତି ସହିତ ହୁଳହୁଳି ଫୁଲ ଦେଇ ମିଠା ଖୁଆଇ ଦେବ । ହେଲେ ସେ ଚାଲିଯାଇଛି ଅଜଣା ଅଫେରା ରାଇଜକୁ । ସେ କଣ ଆଉ ଫେରିବ । ସବୁଦିନ ପାଇଁ ଅଧା ବାଟରେ ଛାଡ଼ି କାନ୍ଦ ସହିତ ଲୁହକୁ ବନ୍ଧୁ ବନ୍ଧେଇ ଚାଲିଗଲା କଳ୍ପନା ।

କଳ୍ପନା ମୋ ସୁନା ଗେଲ୍ହା ଭଉଣୀ କୁଆଡେ ଗଲୁ । ଆରେ ଆଜି ପରା ରାକ୍ଷୀ । ତୁ କଣ ରାକ୍ଷୀ ବାନ୍ଧିବୁନି ? ଏମିତି ହଠାତ କିଛି କଥାକୁ ମନରେ ଭାବି ଭାଇଟି ହଠାତ ତର ତର ହୋଇ ଏଣେ ତେଣେ ଖୋଜିବାକୁ ଲାଗିଲା । ହେଲେ ଆଉ ଭଉଣୀ କଣ ଅଛିଯେ ଭାଇ କଥା ଶୁଣି ଦୌଡ଼ି ଆସିବ ।

ଏ ଦୁଃଖଦ କାହାଣୀ ଆଜି ସାମ୍ନାକୁ ଆସିଲା ଯେତେବେଳେ ରାକ୍ଷୀ ପୁନେଇଁ ଘର ଦାଣ୍ଡ ଦୁଆରେ କବାଟ ଠକ ଠକ କଲା । ଠିକ ସେତିକି ବେଳେ ବିଚଳିତ ହୋଇ ଉଠିଲା ଭାଇ ଅଜିତର ମନ । କାହିଁକି ନା ତା ଭଉଣୀ କଳ୍ପନା ଯଦି ଥାଆନ୍ତା ଆଜି ହାତରେ ରାକ୍ଷୀ ବାନ୍ଧି ବହୁତ ଖୁସି ହେଇଥାନ୍ତା । ହଁ ସେ ନିରୀହ ସରଳ ଝିଅ କଳ୍ପନା। ଯିଏ ଦିନେ ବାଲେଶ୍ୱର ଜିଲ୍ଲା ଉପାନ୍ତ ଗାଁ ନରସିଂହପୁର ଅଞ୍ଚଳରୁ ଦୌଡ଼ି ଆସିଥିଲା କଟକ ସହର ଅଂଚଳକୁ। ନର୍ସଟିଏ ହୋଇ ଲୋକଙ୍କ ସେବା କରିବାକୁ ଗାଁ ଛାଡି କଟକରେ ଏକ ଘରୋଇ ହସ୍ପିଟାଲରେ ନର୍ସ ତାଲିମ ନେଉଥିଲେ । ହେଲେ ଶେଷରେ ପରିଣାମରେ ମିଳିଲା ମୃତ୍ୟୁ l

ବାପା ଭାଇ ମା ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାଂଶସେଲକୁ । ଆଖିରେ ଆଖିଏ ଲୁହ ନେଇ କୋହ ଭରା କଣ୍ଠରେ କହିଥିଲେ ଆମ ଆଗରେ ଅନେକ ଅକୁହା ବ୍ୟଥା । କଳ୍ପନା ଆମ ଝିଅ ଆଉ ତ ଫେରିବନି କେବେ । ତେବେ ସେମାନଙ୍କ କହିବା କଥା, ଅନେକ ଯନ୍ତ୍ରଣା କଷ୍ଟ ସହି ଝିଅଟିକୁ ବଢ଼େଇ କୁଢେଇ ଏଡ଼େରୁ ଏଡଟେ କଲେ । ଶେଷରେ ଝିଅଟି କେମିତି ମରିଲା ନା କିଏ ମାରିଦେଲା ଜଣା ପଡିଲା ନାହିଁ । ଦୁଃଖ ନେଇ ଆସିଥିବା ସେହି ବାପା ମାଙ୍କ ଭାଇଙ୍କର ଗୋଟିଏ ଅନୁରୋଧ ଥିଲା କି କଳ୍ପନାର ମୃତ୍ୟୁର ସିବିଆଇ ତଦନ୍ତ ଯଦି ହୁଅନ୍ତା ତେବେ ସତ୍ୟାସତ୍ୟ ସାମ୍ନାକୁ ଆସନ୍ତା । ହେଲେ ଦୁଃଖ ରହିଗଲା ଆଶାରେ ଆଶାରେ

Leave a Reply

Your email address will not be published. Required fields are marked *

Back to top button