
Nepal Flood : ନେପାଳ ଜଳପ୍ରଳୟ: ଚାରିଆଡ଼େ ଧ୍ୱଂସର ଚିତ୍ର, ବର୍ତ୍ତମାନ ସୁଦ୍ଧା ୩୯୦ ଜଣଙ୍କ ମୃତ୍ୟୁ !
ପ୍ରକୃତିର ପ୍ରଳୟଙ୍କରୀ ରୂପ, ଚାରିଆଡ଼େ ଧ୍ୱଂସର ଚିତ୍ର । ନେପାଳରେ ଭୟଙ୍କର ଆକସ୍ମିକ ବନ୍ୟାର ତାଣ୍ଡବ । ବର୍ତ୍ତମାନ ସୁଦ୍ଧା ୩୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୪୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ନିଖୋଜମାନଙ୍କ ମଧ୍ୟରେ ୩୧ଟି ଦେଶର ୬୬୭ ରୁ ଅଧିକ ପର୍ଯ୍ୟଟକ ଓ ବିଦେଶୀ ନାଗରିକ ଅଛନ୍ତି । ଏଥିରେ ୨୯୦ ଜଣ ଭାରତୀୟ, ୬୫ ଜଣ ଆମେରିକୀୟ ଏବଂ ୩୩ ଜଣ ବ୍ରିଟେନର ନାଗରିକ ସାମିଲ ଅଛନ୍ତି । ପାହାଡ଼ରୁ ପ୍ରଚୁର କାଦୁଅ, ପଥର ଓ ବରଫ ନଦୀରେ ମିଶି ଏହି ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି କରିଛି । ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀ କୂଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ।
ତିମୁରେ ଓ ସ୍ୟାଫ୍ରୁବେସି ଭଳି ସହରର ଘରଦ୍ୱାର, ରାସ୍ତାଘାଟ, ପୋଲ ଏବଂ ଜଳବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାସିଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୧୩,୦୦୦ ରୁ ଅଧିକ ସୁରକ୍ଷାକର୍ମୀ ଏବଂ ୧୪ଟି ସେନା ହେଲିକପ୍ଟର ନିୟୋଜିତ ହୋଇଛନ୍ତି । ଭାରତ ସରକାର ମଧ୍ୟ ଜରୁରୀକାଳୀନ ସାହାଯ୍ୟ ସାମଗ୍ରୀ ପଠାଇବା ଆରମ୍ଭ କରିଛନ୍ତି । ଧ୍ବଂସାବଶେଷ ତଳୁ ଚାଲିଛି ଜୀବନର ସନ୍ଧାନ । ଆଉ କେହି ଜୀବିତ ନାହାନ୍ତି ତ ? ସମୟ ବିପକ୍ଷରେ ଚାଲିଛି ରେସକ୍ୟୁ ଅପରେସନ୍ । ପୋତି ହୋଇ ଯାଇଛି ଘରଦ୍ବାର, ଗାଡ଼ି ମୋଟର, ସବୁ କିଛି । ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀରେ ଆସିଥିବାପ୍ରଳୟଙ୍କରୀ ଆକସ୍ମିକ ବନ୍ୟାର ଭୟାବହ ଚିତ୍ର ସାମ୍ନାକୁ ଆସୁଛି ।
ଯୁଆଡ଼େ ଚାହିଁଲେ ଧ୍ବଂସାବଶେଷ। ନେପାଳରେ ଗତ କିଛି ବର୍ଷ ମଧ୍ୟରେ ପ୍ରକୃତିର ସବୁଠୁ ବଡ଼ ବିନାଶକାରୀ ବିପର୍ଯ୍ୟୟ ମଧ୍ୟରୁ ଏହା ଅନ୍ୟତମ। ପ୍ରଭାବିତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଓ େ ବ୍ୟାପକ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବନ୍ୟା ପାଣି ଓ ପାହାଡ଼ରୁ ମାଡ଼ି ଆସିଥିବା ମାଟି-ପଥର ଅନେକ ସ୍ଥାନରେ ବହୁତଳ କୋଠାର ତଳ ମହଲାକୁ ପୋତି ଦେଇଛି ।
ରାସ୍ତା ଓ ବ୍ରିଜ୍ ଭାସିଯାଇଥିବାରୁ ଅନେକ ଅଞ୍ଚଳକୁ ସ୍ଥଳପଥରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ନିଖୋଜ ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସହ ଅଷ୍ଟ୍ରେଲିଆ, ବ୍ରିଟେନ୍, ମାଲେସିଆ, ନେଦରଲାଣ୍ଡ୍ସ, ପର୍ତ୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଆମେରିକାର ନାଗରିକ ଅଛନ୍ତି। ନିଖୋଜ ଥିବା ଆତ୍ମୀୟ ସ୍ବଜନଙ୍କୁ ଚାହିଁ ରହିଛନ୍ତି ସଂପର୍କୀୟ । ଖୋଜି ଆଣିବାକୁ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ ।