ମନୋରଞ୍ଜନ

ମାଆ ଓ ଜେଜେମାଆଙ୍କୁ ଡେଲିଭରି ବୟଙ୍କ ନିଆରା ସରପ୍ରାଇଜ୍, ଭିଡିଓ ଭାଇରାଲ୍

ଜେଜେମାଆ ଓ ମାଆଙ୍କ ଭାବପ୍ରବଣ ପ୍ରତିକ୍ରିୟା:

ଡେଲିଭରି ବୟ ଜଣକ ଯେତେବେଳେ ନିଜ ଜେଜେମାଆଙ୍କୁ ବଙ୍ଗଳାରେ ପଚାରୁଛନ୍ତି ଯେ ସେ ଖୁସି କି ନାହିଁ? ସେତେବେଳେ ଜେଜେମାଆଙ୍କ ମୁହଁରେ ଏକ ସୁନ୍ଦର ହସ ଫୁଟିଉଠୁଛି । ସେହିପରି ତାଙ୍କ ମାଆ ମଧ୍ୟ ଭାବପ୍ରବଣ ହୋଇ ବଙ୍ଗଳାରେ କହୁଛନ୍ତି, ଭଲ, ବହୁତ ଖୁସି। ଏହି ସରଳ ଏବଂ ଭାବପ୍ରବଣ ମୁହୂର୍ତ୍ତ ସମସ୍ତଙ୍କ ହୃଦୟ ଜିତିନେଇଛି ।

ସୋସିଆଲ ମିଡିଆରେ ପ୍ରଶଂସାର ସୁଅ:

ଭିଡିଓଟି ସାମ୍ନାକୁ ଆସିବା ପରେ ୟୁଜରମାନେ ଡେଲିଭରି ବୟଙ୍କ ପରିଶ୍ରମ ଏବଂ ପରିବାର ପ୍ରତି ତାଙ୍କ ଭଲପାଇବାକୁ ଖୁବ୍ ପ୍ରଶଂସା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, କେହି ହଜାର ହଜାର କୋଟି ଟଙ୍କା ରୋଜଗାର କରି ମଧ୍ୟ ଖୁସି ନୁହନ୍ତି, ଆଉ କେହି ଗୋଟିଏ ଟିଭି ଆଣି ଏତେ ଖୁସି ହେଉଛନ୍ତି । ଅନ୍ୟ ଜଣେ ୟୁଜର ତାଙ୍କୁ ଆଶୀର୍ବାଦ ଦେଇ ଲେଖିଛନ୍ତି, ତାଙ୍କ ପରିଶ୍ରମ ସ୍ପଷ୍ଟ ଦେଖାଯାଉଛି, ଭଗବାନ ତାଙ୍କୁ ଆହୁରି ସଫଳତା ଦିଅନ୍ତୁ ।

Leave a Reply

Your email address will not be published. Required fields are marked *

Back to top button