ମନୋରଞ୍ଜନ

Amitabh Bachchan: ବିଗ୍ ବିଙ୍କ ନମ୍ବରିଂ ଭୁଲକୁ ନେଇ ଚର୍ଚ୍ଚା, ଫ୍ୟାନ୍ସଙ୍କୁ ମାଗିଲେ କ୍ଷମା

ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ୮୩ ବର୍ଷରେ ପାଦ ରଖିବା ସତ୍ତ୍ବେ ମଧ୍ୟ ତାଙ୍କ ଫୂର୍ତ୍ତିର କୌଣସି ତୁଳନା ନାହିଁ । ବିଗ୍ ବି ଅଭିନୟ ସହିତ ରିଆଲିଟି ଶୋ’ ମଧ୍ୟ ହୋଷ୍ଟ କରୁଛନ୍ତି । ଏହା ସହିତ ସେ ସୋସିଆଲ ମିଡିଆରେ ମଧ୍ୟ ନିୟମିତ ଭାବେ ନିଜ ଅପଡେଟ୍ ସେୟାର କରିଥାନ୍ତି । ବିଗ୍ ବି ଯେଉଁ କଥା ସିଧାସଳଖ କହିବାକୁ ଚାହାନ୍ତି ନାହିଁ ସେ ଇସାରାରେ କହି ଦିଅନ୍ତି  । ଯେଉଁ ପୋଷ୍ଟ ସୋସିଆଲ ମିଡିଆ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ ।

ବିଗ୍ ବି ଆଗାମୀ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ସିକ୍ୱେଲ୍‌ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ନିକଟରେ ସେ ପୁଣି ଆଉ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି । ସେୟାର ହୋଇଥିବା ଏହି ପୋଷ୍ଟରେ ବିଗ୍ ବି ନମ୍ବରିଂକୁ ନେଇ ହେଉଥିବା ଗୋଳମାଳ ବିଷୟରେ କହିବା ସହ ନିଜ ପ୍ରଶଂସକଙ୍କ ସହ ଖୋଲାଖୋଲି ଭାବେ କଥା ହୋଇଛନ୍ତି ।

ଅମିତାଭ ବଚ୍ଚନ ନିକଟରେ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ସେ ନିଜ ପୋଷ୍ଟର ନମ୍ବରିଂକୁ ନେଇ ହେଉଥିବା ଭୁଲ ବିଷୟରେ କହିବା ସହ ଏହି ଭୁଲ ପାଇଁ ପ୍ରଶଂସକମାନଙ୍କୁ କ୍ଷମା ମାଗିଥିଲେ । ନିଜ ପୋଷ୍ଟରେ ସେ ଲେଖିଥିଲେ ଯେ,  ‘FB 4756 – ପ୍ରଥମେ Xରେ ନମ୍ବରିଂ ଭୁଲ ହେଉଥିଲା ଏବଂ ଏଠାରେ ସେହି ସମାନ ଭୁଲ ହେଉଛି । ତେଣୁ  ମୁଁ ମୋ ଭୁଲ ପାଇଁ କ୍ଷମା ଚାହୁଁଛି ’ । ବିଗ୍ ବିଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ୟୁଜରମାନେ ବିଭିନ୍ନ ପ୍ରତିକ୍ରିୟା ଦେଇ ତାଙ୍କୁ ଚିନ୍ତା ନକରିବାକୁ କହିଥିଲେ ।

ଯଦି ତାଙ୍କ ୱାର୍କ ଫିଲ୍ଡ କଥା କୁହାଯାଏ ତେବେ ଅମିତାଭ ବଚ୍ଚନ ବର୍ତ୍ତମାନ ପ୍ରଭାସ ଅଭିନୀତ ‘କଲ୍କି ୨୮୯୮ ଏଡି’ର ସିକ୍ୱେଲର ସୁଟିଂ କରୁଛନ୍ତି । ଯେଉଁଥିରେ ସେ ଅଶ୍ୱତ୍ଥାମା ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ସେ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ର ୧୮ତମ ସିଜନ୍ ହୋଷ୍ଟ କରୁଛନ୍ତି । ଅମିତାଭ ବଚ୍ଚନ KBC ପ୍ରତିଯୋଗୀଙ୍କ ଜୀବନ ପରିବର୍ତ୍ତନ ଦେଖି ନିଜର ଆନନ୍ଦ ପ୍ରକାଶ କରିଛନ୍ତି । ରିଆଲିଟି ଶୋ ବିଷୟରେ କଥା ହୋଇ ବିଗ୍ ବି ବ୍ୟାଖ୍ୟା କରିଛନ୍ତି ଯେ ଏହା କିପରି କିଛି ମିନିଟ୍ ମଧ୍ୟରେ ଜୀବନକୁ ପରିବର୍ତ୍ତନ କରେ । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “ପ୍ରତିଯୋଗୀମାନେ ଶୋ ତିଆରି କରନ୍ତି, ଏବଂ ସେଟରେ ଘଣ୍ଟା ଘଣ୍ଟା ବିତାଉଥିବା ଦର୍ଶକ ହେଉଛନ୍ତି ସେହି ଲୋକମାନେ ଯାହାଙ୍କ ପ୍ରତିଭା, ସୀମିତ ସମ୍ବଳ ସତ୍ତ୍ୱେ, ସେମାନଙ୍କୁ ସେମାନଙ୍କର ବଡ଼ ସ୍ୱପ୍ନକୁ ପୂରଣ କରିବା ପାଇଁ ସାହସ ଦିଏ । କିନ୍ତୁ ଯେତେବେଳେ ଶେଷରେ ସଫଳତା ଆସେ, ଆନନ୍ଦର ଲୁହ ବହିଯାଏ । ଏହା KBC, ଯେଉଁଠାରେ ଲୋକଙ୍କ ଜୀବନ କିଛି ଘଣ୍ଟା ମଧ୍ୟରେ ପରିବର୍ତ୍ତନ ହୁଏ ।’’

Leave a Reply

Your email address will not be published. Required fields are marked *

Back to top button