
Haier LED TV: Haierର ଦମଦାର Mini LED M70 TV ଲଞ୍ଚ, ମିଳିବ AI ଫିଚର୍ସ
Haier ଭାରତରେ ନିଜର ନୂଆ LED Smart TV ସିରିଜ୍ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ Google Gemini ବେସ୍ଡ AI ଫିଚର୍ସ ପ୍ରଦାନ କରିଛି । Haier Indiaର ଏହି ନୂଆ Smart TV ସିରିଜ୍ Intelligent Micro Dimming Technology ଉପରେ ଆଧାରିତ । କମ୍ପାନୀ ଏହି ନୂଆ Mini LED M70 ସିରିଜକୁ ୫ଟି ଭିନ୍ନ ସ୍କ୍ରିନ୍ ସାଇଜରେ ଲଞ୍ଚ କରିଛି । ଏହାର ମୂଲ୍ୟ ୩୯,୧୯୦ ଟଙ୍କାରୁ ଆରମ୍ଭ ହେଉଛି । ଏହା ପୂର୍ବରୁ ଜୁନ୍ ମାସରେ କମ୍ପାନୀ ଭାରତରେ HQLED P7 Pro ସିରିଜ୍ ଲଞ୍ଚ କରିଥିଲା, ଯାହାର ମୂଲ୍ୟ ୩୫,୯୯୦ ଟଙ୍କାରୁ ଆରମ୍ଭ ହୋଇଥିଲା ।
Haier ର ଏହି ନୂଆ Smart TV ସିରିଜରେ Intelligent Micro Dimming Technology ସହିତ Mini LED ସ୍କ୍ରିନ୍ ମିଳିବ। ଏହା ସହିତ କମ୍ପାନୀ ଏଥିରେ AI Picture Quality Engine ଦେଇଛି । ଏହି Smart TV ସିରିଜ୍ AI ଫିଚର୍ସରେ ସଜ୍ଜିତ ଏବଂ ଏଥିରେ AI Color Boost, AI Motion ଏବଂ AI Noise Reduction ଭଳି ସୁବିଧା ମଧ୍ୟ ରହିଛି । ଏହି ସିରିଜ୍ Dolby Vision, HDR10+ ଏବଂ Cinematic Vision କୁ ସପୋର୍ଟ କରେ ।
ଏହି Smart TV ସିରିଜରେ ୫୦Wର ୨.୧ ଚ୍ୟାନେଲ୍ ସ୍ପିକର୍ ଦିଆଯାଇଛି । ଏଥିରେ MEMC Technologyର ବ୍ୟବହାର କରାଯାଇଛି । ସିରିଜର ସମସ୍ତ ମଡେଲ୍ ୧୨୦Hz Refresh Rate କୁ ସପୋର୍ଟ କରେ । କମ୍ପାନୀ ଏଥିରେ ଏକ Dedicated Gaming Bar ମଧ୍ୟ ଦେଇଛି । ଏହି Smart TV ସିରିଜ୍ Google TV ପ୍ଲାଟଫର୍ମରେ ଚାଲିଥାଏ । ସମସ୍ତ ମଡେଲରେ ୨GB RAM ଏବଂ ୩୨GB Storage ରହିଛି ।
କନେକ୍ଟିଭିଟି ପାଇଁ ଏହି Smart TV ସିରିଜରେ HDMI, USB, LAN, Wi-Fi ଏବଂ Bluetooth ଭଳି ଫିଚର୍ସ ଦିଆଯାଇଛି । ଏଥିରେ Netflix, YouTube, JioHotstar ଆଦି ଲୋକପ୍ରିୟ OTT ଆପଗୁଡ଼ିକ ପୂର୍ବରୁ ପ୍ରି-ଇନ୍ଷ୍ଟଲ୍ କରାଯାଇଛି । ନୂଆ Mini LED M70 Seriesରେ କମ୍ପାନୀ ୪୩ ଇଞ୍ଚ, ୫୫ ଇଞ୍ଚ, ୬୫ ଇଞ୍ଚ, ୭୫ ଇଞ୍ଚ ଏବଂ ୮୫ ଇଞ୍ଚର ୫ଟି ସ୍କ୍ରିନ୍ ସାଇଜ୍ର TV ଲଞ୍ଚ କରିଛି । ଏହି ସମସ୍ତ ମଡେଲ୍ ୩ ବର୍ଷର ୱାରେଣ୍ଟି ସହିତ ଆସୁଛି ।
ପ୍ରାଇସ୍:
୪୩ ଇଞ୍ଚର ଦାମ୍ ହେଉଛି- ୩୯,୧୯୦ ଟଙ୍କା, ୫୫ ଇଞ୍ଚ ର ଦାମ୍ ୫୬,୫୯୦ ଟଙ୍କା, ୬୫ ଇଞ୍ଚ ଦାମ୍ ୭୪,୯୯୦ ଟଙ୍କା, ୭୫ ଇଞ୍ଚ ର ଦାମ୍ ୧,୦୨,୯୯୦ ଟଙ୍କା ଏବଂ ୮୫ ଇଞ୍ଚ ର ଦାମ୍ ୧,୬୯,୯୯୦ ଟଙ୍କା ରହିଛି । ଏଥିସହ ଯଦି ଆପଣ ମଧ୍ୟ ଏହି ଭଳି ସ୍ମାର୍ଟ ଟିଭି କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଟିଭିଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।