ରାଜ୍ୟ

Baladevjew Temple: ବାବା ବଳଦେବଜୀଉଙ୍କ ପାଖକୁ ଆସିଲା ପାଟ ରାଖି, ଶ୍ରୀମନ୍ଦିରରୁ ପଠାଇଛନ୍ତି ଭଉଣୀ ସୁଭଦ୍ରା

ବାବା ବଳଦେବଜୀଉଙ୍କ ପାଖକୁ ଆସିଲା ପାଟ ରାଖି । ପୁରୀରୁ କେନ୍ଦ୍ରାପଡ଼ାକୁ ଆସିଛି ରାଖି । ଭଉଣୀ ସୁଭଦ୍ରା ବଡ଼ଭାଇ ବଳଭଦ୍ରଙ୍କ ପାଇଁ ରାଖି ପଠାଇଛନ୍ତି । ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ପାଟସେବା ସଂଘ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ରାଖି ନେଇ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ସେବାୟତମାନେ ପ୍ରତିନିଧିମଣ୍ଡଳୀଙ୍କୁ ଠାକୁରଙ୍କ ଦର୍ଶନ କରାଇବା ସହିତ ପାଟରାଖିକୁ ଠାକୁର ସ୍ପର୍ଶ କରାଇ ଭଣ୍ଡାର ଘରେ ରଖିଥିଲେ । ଶ୍ରୀକ୍ଷେତ୍ରରୁ ପାଟରାଖି ଆସିବା ପରମ୍ପରା ବହୁ ପୁରୁଣା । କେନ୍ଦ୍ରାପଡ଼ାରେ ଯେହେତୁ ବଡ଼ଭାଇ ବଳଦେବ ବିରାଜମାନ ସେଥିପାଇଁ ଭଉଣୀ ସୁଭଦ୍ରା ପ୍ରତିବର୍ଷ ଭାଇ ପାଇଁ ପାଟରାଖି ପଠାଇଥାଆନ୍ତି । ସୁଭଦ୍ରା ମା’ଙ୍କ ବାଡ଼ଗ୍ରାହୀ ଏହି ରାଖି ନେଇ ଆସିଥା’ନ୍ତି । ଗତକାଲି ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ବଡ଼ଠାକୁର ବଳଦେବ, ସାନଭାଇ ଜଗନ୍ନାଥ ଏବଂ ପାଞ୍ଚ ପାର୍ଶ୍ଵ ଦେବାଦେବୀଙ୍କ ପାଇଁ ରାଖି ଧରି ଆସିଥିଲେ । ତାଙ୍କ ସହ ପାଟ ସେବା ସଂଘର ସଦସ୍ୟ ମଧ୍ୟ ଆସିଥିଲେ।

Leave a Reply

Your email address will not be published. Required fields are marked *

Back to top button