ରାଜ୍ୟ

Officers Transferred: ଭାଇରାଲ ଅଡିଓ ପରେ ହଲଚଲ, ବୌଦ୍ଧରେ ୬ ପୋଲିସ ଅଧିକାରୀଙ୍କ ବଦଳି

ବୌଦ୍ଧ ଜିଲ୍ଲା ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ । ୩ ଜଣ ଆଇଆଇସି ଓ ୩ଜଣ ଏଏସଆଇଙ୍କ ବଦଳି । ବୌଦ୍ଧ ଜିଲ୍ଲା ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ବୌଦ୍ଧ ଆରକ୍ଷୀ ଅଧୀକ୍ଷକ (SP)ଙ୍କ ପକ୍ଷରୁ ଜାରି ଆଦେଶନାମା (ନଂ. ୬୯୩ / ୨୪.୦୮.୨୦୨୬) ଅନୁଯାୟୀ, ୩ ଜଣ ଇନ୍ସପେକ୍ଟର (IIC) ଏବଂ ୩ ଜଣ ASI ଙ୍କର ବଦଳି ଓ ନୂତନ ନିଯୁକ୍ତି କରାଯାଇଛି । ଭାଇରଲ ଅଡିଓରେ ନାମ ଆସୁଥିବା ଇନ୍ସପେକ୍ଟର ନଳିନୀକାନ୍ତ ଦାସ ଙ୍କୁ ମୋଡେଲ୍ ଥାନା (ବୌଦ୍ଧ) IIC ପଦରୁ ବୌଦ୍ଧ ଜିଲ୍ଲା ହେଡକ୍ୱାଟର ବଦଳି କରାଜିଛି । ତାଙ୍କ ସ୍ଥାନ ରେ ଇନ୍ସପେକ୍ଟର ରଞ୍ଜିତ ମୁନି ଙ୍କୁ ପୁରୁଣାକଟକ ଥାନା IIC ପଦରୁ ମୋଡେଲ୍ ଥାନା (ବୌଦ୍ଧ) IIC ଚର୍ଚ୍ଚା ଦିଆଯାଇଛି । ସେହିଭଳି ଅଡିଓ ରେ ନାମ ଆସୁଥିବା ଏଏସଆଇ ପ୍ରାଣବନ୍ଧୁ ସାହୁ ଙ୍କୁ ବାଘିଆପଡ଼ା ଫାଣ୍ଡି (OP)ରୁ ବୌଦ୍ଧ ଆରକ୍ଷୀ କାର୍ଯ୍ୟାଳୟ (RO) କୁ ନିଆଯାଇଛି ।

ତାଙ୍କ ସ୍ଥାନରେ ଏଏସଆଇ ବ୍ରହ୍ମାନନ୍ଦ ପ୍ରଧାନ ଙ୍କୁ ଜାନ୍ହାପଙ୍କ ଫାଣ୍ଡି (OP)ରୁ ବାଘିଆପଡ଼ା ଫାଣ୍ଡି (OP) ଦାଇତ୍ୱ ଦିଆଯାଇଛି । ଅନ୍ୟପଟେ ରେ ଇନ୍ସପେକ୍ଟର ବବିତା ସାହୁ ଙ୍କୁ ଜିଲ୍ଲା ହେଡକ୍ୱାଟରରୁ ପୁରୁଣାକଟକ ଥାନା IIC। ଏଏସଆଇ ପୀତାବାସ ବେହେରା ଙ୍କୁ ବୌଦ୍ଧ ଆରକ୍ଷୀ କାର୍ଯ୍ୟାଳୟ (RO)ରୁ ଜାନ୍ହାପଙ୍କ ଫାଣ୍ଡି (OP) ଙ୍କୁ ବଦଳି ହୋଇଥିବା ସୂଚନା ମିଳିଛି । ଏହି ନିର୍ଦ୍ଦେଶନାମାରେ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟରୁ ଅବ୍ୟାହତି ନେଇ ନୂତନ ପଦବୀରେ ଯୋଗଦେବାକୁ SP ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅଡିଓ ଭାଇରଲ ପରେ ଏଭଳି SP ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଅଡିଓ ଭାଇରଲ ଘଟଣା କୁ ନେଇ ଆଗକୁ ତଦନ୍ତ ପରେ SP ଓ DGP କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *

Back to top button