
ରାଜ୍ୟ
Cuttack Accident: ବାଇକକୁ ଧକ୍କା ଦେଲା ଅଜଣା କାର୍, ୧ ମୃତ ଜଣେ ଗୁରୁତର
କଟକ ଯୋବ୍ରା ବ୍ୟାରେଜ ରାସ୍ତା ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ବାଇକକୁ ଧକ୍କା ଦେଲା ଅଜଣା କାର । ବାଇକରେ ଦୁଇ ଯୁବକ ଯିବା ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର। ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ମାରିଛି । ପାଟ୍ରୋଲିଂ ସମୟରେ ଟ୍ରାଫିକ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଏସିସିବି ପଠାଇଛି ।
ଦୁର୍ଘଟଣା ପରେ ଯୋବ୍ରା ବ୍ୟାରେଜ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଗାଡ଼ିକୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛି । ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଇ ଗାଡ଼ି ଓ ଚାଳକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।