ମନୋରଞ୍ଜନ

Sunny Deol: ସନ୍ନି ଦେଓଲଙ୍କ ପୁରୁଣା ପାନ ମସଲା ବିଜ୍ଞାପନ ଭାଇରାଲ, ଡବଲ ଷ୍ଟାଣ୍ଡାର୍ଡ କହି ଟ୍ରୋଲ କଲେ ୟୁଜର

ବର୍ତ୍ତମାନ ବଲିଉଡ୍‌ରେ ପାନ ମସଲା ଓ ଗୁଟ୍‌ଖା ବିଜ୍ଞାପନର ପ୍ରମୋସନକୁ ନେଇ ବିବାଦ ଦେଖିବାକୁ ମିଳିଛି । ବିଭିନ୍ନ ଫ୍ୟାଶନ, ଲାଇଫ୍‌ଷ୍ଟାଇଲ୍‌ଠାରୁ ଆରମ୍ଭ କରି ପାନ ମସଲା ବ୍ରାଣ୍ଡ୍‌ର ବିଜ୍ଞାପନରେ ମଧ୍ୟ ବଲିଉଡ୍‌ର ଅନେକ ନାମୀଦାମୀ କଳାକାର ନଜର ଆସିଛନ୍ତି । ଶାହରୁଖ ଖାନ୍‌, ଅଜୟ ଦେବଗନ୍‌ ଓ ଟାଇଗର ଶ୍ରଫ୍‌ଙ୍କୁ ବିମଲ ବିଜ୍ଞାପନରେ ନଜର ଆସିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଖୁବ୍ ଜୋରରେ ବଢିବାରେ ଲାଗିଛି । ବିମଲର ବିଜ୍ଞାପନ କରୁଥିବା ଏହି ୩ ଜଣ ଲୋକପ୍ରିୟ ଅଭିନେତାଙ୍କୁ FDA ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି । ଏହାରି ମଧ୍ୟରେ ସନ୍ନି ଦେଓଲଙ୍କର ଏକ ପ୍ରତିକ୍ରିୟା ମିଳିଥିଲା  । ଯେଉଁଥିରେ ସେ କହିଥିଲେ ଯେ, ସେ ଏଭଳି ବିଜ୍ଞାପନଠାରୁ ଦୂରେଇ ରୁହନ୍ତି । କିନ୍ତୁ ଇଣ୍ଟରନେଟ୍‌ରେ ଏମିତି କିଛି କଥା ସାମ୍ନାକୁ ଆସିଛି, ଯାହା ସନ୍ନିଙ୍କ ସ୍ଥିତିକୁ ପ୍ରଦର୍ଶିତ କରିଛି ।

ନିକଟରେ ସନ୍ନି ଦାବି କରିଥିଲେ ଯେ, ତାଙ୍କୁ କୋଟି କୋଟି ଟଙ୍କାର ଅଫର୍‌ ମିଳିଲେ ମଧ୍ୟ ସେ କେବେ ବି ପାନ ମସଲା କିମ୍ବା ଇଲାଇଚି ବ୍ରାଣ୍ଡର ପ୍ରମୋସନ୍‌ କରିବେ ନାହିଁ । ସନ୍ନିଙ୍କ ଏହି ନିଷ୍ପତ୍ତିକୁ ଲୋକେ ଖୁବ୍‌ ପ୍ରଶଂସା କରିଥିଲେ । ତାଙ୍କର ଏଭଳି ଦାବି ପରେ ଏବେ କିନ୍ତୁ ବର୍ଷ ବର୍ଷ ପୁରୁଣା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ସମେତ ରବି କିଶନ ଓ ବିଜୟ ରାଜ ମଧ୍ୟ ନଜର ଆସୁଛନ୍ତି । ବିଜ୍ଞାପନରେ ସନ୍ନି ଦୁଇ ଜଣ ମହିଳାଙ୍କ ସହ ରବି କିଶନଙ୍କ ପାନ ଷ୍ଟଲ୍‌ ନିକଟରେ ପହଞ୍ଚୁଛନ୍ତି । ସେଠାରେ ସନ୍ନି ମିଠା ପାନ ମାଗୁଥିବା ବେଳେ ରବି କିଶନ ତାଙ୍କୁ ଏକ ପ୍ୟାକେଟ୍‌ ଦେଉଛନ୍ତି । ପ୍ୟାକେଟ୍‌ଟି ଦେଖିବା ପରେ ସନ୍ନିଙ୍କ ମୁହଁରେ ହସ ଦେଖିବାକୁ ମିଳୁଛି ।

ଏହି ବିଜ୍ଞାପନ ଭାଇରାଲ ହେବା ପରେ ସନ୍ନିଙ୍କୁ ତାଙ୍କ ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଅନେକ ୟୁଜର ସନ୍ନିଙ୍କ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡର ଅଭିଯୋଗ ମଧ୍ୟ ଲଗାଇଛନ୍ତି । ହେଲେ ପୁରୁଣା ବିଜ୍ଞାପନକୁ ନେଇ ସନ୍ନି ଦେଓଲଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡିଛି ।

ଯଦି ତାଙ୍କ କର୍ମକ୍ଷେତ୍ର କଥା କୁହାଯାଏ ତେବେ ନିକଟରେ ସନ୍ନି ଦେଓଲଙ୍କ ରିଲିଜ୍‌ ହୋଇଥିବା ଫିଲ୍ମ ‘ବଣ୍ଟୱାରା ୧୯୪୭’ ବକ୍ସ ଅଫିସ୍‌ରେ ‘ଆୱାରାପନ୍‌ ୨’ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରୁଛି । ଆୟ କ୍ଷେତ୍ରରେ ଇମ୍ରାନ୍‌ ହାଶମିଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରୁଛି ।

Leave a Reply

Your email address will not be published. Required fields are marked *

Back to top button