ଜ୍ୟୋତିଷ

Dwidwadash Rajyog: ଦ୍ବିଦାଦଶ ରାଜଯୋଗ ସୃଷ୍ଟି, ଏହି ୩ ରାଶି ଉପରେ ହେବ ଧନର ବର୍ଷା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ରାଜା ସୂର୍ଯ୍ୟ ଏବଂ ଦେବତାଙ୍କ ଗୁରୁ ବୃହସ୍ପତିଙ୍କ ସ୍ଥିତିର ବିଶେଷ ମହତ୍ତ୍ବ ରହିଛି । ୧୭ ଅଗଷ୍ଟ ଅର୍ଥାତ୍ ଗତକାଲିଠାରୁ ସୂର୍ଯ୍ୟଦେବ ତାଙ୍କ ନିଜସ୍ବ ରାଶି ସିଂହ ରାଶିରେ ଗୋଚର କରି ସାରିଛନ୍ତି । ଯେଉଁଠାରେ ସେ ୧୭ ସେପ୍ଟେମ୍ବର ଯାଏଁ ରହିବେ । ସୂର୍ଯ୍ୟ ସିଂହ ରାଶିରେ ପ୍ରଦେଶ କରିବା ମାତ୍ରେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଦ୍ବିଦାଦଶ ଯୋଗ ସୃଷ୍ଟି ହୋଇଥିଲା । ଏଭଳି ସ୍ଥିତିରେ ବୃହସ୍ପତି ସୂର୍ଯ୍ୟଙ୍କଠାରୁ ଦ୍ବାଦଶ ଘରେ ଏବଂ ସୂର୍ଯ୍ୟ ବୃହସ୍ପତିଙ୍କଠାରୁ ଦ୍ବିତୀୟ ଘରେ ଅବସ୍ଥିତ ହେବେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏବଂ ବୃହସ୍ପତି ପରସ୍ପରଙ୍କ ମଧ୍ୟରେ ମିତ୍ରତା ସମ୍ପର୍କ ଥାଏ । ସୂର୍ଯ୍ୟ ମାନ-ସମ୍ମାନ, ନେତୃତ୍ୱ ଏବଂ ଆତ୍ମାକୁ ପ୍ରତିନିଧିତ୍ୱ କରନ୍ତି । ଯେତେବେଳେ ବୃହସ୍ପତି ଜ୍ଞାନ, ଧର୍ମ ଏବଂ ବିକାଶକୁ ପ୍ରତିନିଧିତ୍ୱ କରନ୍ତି । ସିଂହ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶରେ ସୃଷ୍ଟି ହୋଇଥିବା ଏହି ଦ୍ବିଦାଦଶ ଯୋଗ କେତେକ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ,ଧନ-ଧାନ୍ୟ ଏବଂ ପ୍ରଗତି ଆଣିବ । ତେବେ ଆସନ୍ତୁ ସେହି ରାଶିମାନଙ୍କ ସମ୍ପର୍କରେ ଜାଣିବା ।

ମେଷ ରାଶି: ମେଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ସ୍ଥିତି ବିଶେଷ ଫଳଦାୟୀ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ନେତୃତ୍ବ କ୍ଷମତାର ପ୍ରଶଂସା କରାଯିବ । ପଦୋନ୍ନତି ଏବଂ ଦରମା ବୃଦ୍ଧିର ଅଧିକ ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ପାଇଁ ନୂତନ ବ୍ୟବସାୟିକ ଚୁକ୍ତିନାମା ଲାଗଦାୟକ ହେବ । ଆୟର ନୂତନ ଉତ୍ସ ଖୋଲିବ । ଯାହା ଆପଣଙ୍କୁ ଆର୍ଥିକ ଭାବେ ମଜବୁତ କରିବ । ସାମାଜିକ ପ୍ରତିଷ୍ଠା ବଢିବ । ଉଚ୍ଚ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

ସିଂହ ରାଶି: ସୂର୍ଯ୍ୟ ଆପଣଙ୍କ ରାଶିରେ ଗୋଚର କରୁଛନ୍ତି । ଏହି ସମୟରେ ଆପଣଙ୍କ ଆତ୍ମବିଶ୍ବାସ ବଢିବ । ଆପଣଙ୍କ ନିର୍ଣ୍ଣୟ ନେଉଥିବା କ୍ଷମତା ବଢିବ । ଅଟକିଥିବା କାମ ପୂର୍ଣ୍ଣ ହେବ । ଅଟକିଥିବା ଟଙ୍କା ମଧ୍ୟ ପ୍ରାପ୍ତି ହେବ । ନିବେଶ ଆପଣଙ୍କ ଭବିଷ୍ୟତ ପାଇଁ ଆର୍ଥିକ ଲାଭ ଦେବ । ପରିବାରର ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ ହୋଇପାରେ । ବରିଷ୍ଠ ମାର୍ଗଦର୍ଶନ ଏବଂ ଆଶୀର୍ବାଦ ପ୍ରାପ୍ତ ହେବ ।

ଧନୁ ରାଶି: ଧନୁ ରାଶିର ସ୍ବାମୀ ବୃହସ୍ପତି । ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ । ଅଟକିଥିବା କାମ ସହଜରେ ପୂରଣ ହେବ । ଧର୍ମ-କର୍ମ ଏବଂ ଆଧ୍ୟତ୍ମିକ କାର୍ଯ୍ୟରେ ଆପଣ ମନ ଅଧିକ ବଳିବ । ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଶୁଭ ଖବର ମିଳିବ । ବିଦେଶ ସହିତ ଜଡିତ କାମ କିମ୍ବା ବ୍ୟାପାରରେ ବଡ଼ ସଫଳତା ମିଳିବ । ସୁଖ-ସୁବିଧାରେ ବୃଦ୍ଧି ପାଇବ, ଏବଂ ପରିବାରରେ ଖୁସିର ପରିବେଶ ରହିବ ।

ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ଏହି ଶୁଭ ପ୍ରଭାବକୁ ବଢାଇବା ପାଇଁ ପ୍ରତିଦିନ ସକାଳୁ ଏକ ତମ୍ବା ବାଲ୍ଟିରୁ ପାଣିରେ ହଳଦିଆ ଫୁଲ ଦେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ‘ଓମ୍ ଘୃଣିଃ ସୂର୍ଯ୍ୟାୟ ନମଃ’ ଏବଂ ‘ଓମ୍ ବ୍ରିମ୍ ବୃହସ୍ପତିୟ ନମଃ’ ମନ୍ତ୍ର ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *

Back to top button