ଜ୍ୟୋତିଷ

Surya Gochar: ଅଗଷ୍ଟ ୧୭ରେ ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ୧୨ ରାଶିରେ ପଡ଼ିବ ଏହି ସବୁ ପ୍ରଭାବ

ବୈଦିକ ଜ୍ୟୋତିଷରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କୁ ଆତ୍ମବିଶ୍ବାସ, ଶକ୍ତି, ସମ୍ମାନ, ଉଚ୍ଚ ପଦବୀ, ପ୍ରଶାସନିକ ସଫଳତା ଏବଂ ଘନିଷ୍ଠତାର କାରକ ଭାବେ ବିବେଚନା କରାଯାଏ । ଯେତେବେଳେ ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଦେଶ ଏବଂ ବିଶ୍ବ ଉପରେ ପ୍ରଭାବ ପକାଇଥାଏ । ପଞ୍ଚାଳକ ଅନୁସାରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟ ୧୭ ଅଗଷ୍ଟ ୨୦୨୬ ରେ ନିଜ ରାଶି  ସିଂହରେ ପ୍ରବେଶ କରିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କ ନିଜ ରାଶିରେ ପ୍ରବେଶ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଯାହା ଅନେକ ରାଶିଙ୍କ ପ୍ରଗତି ପାଇଁ ଦ୍ବାର ଖୋଲିଥାଏ । ଏହି ଭ୍ରମଣ ମେଷ ଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।

ମେଷ : ସୂର୍ଯ୍ୟଙ୍କ ଏହି ଗମନ ଆପଣଙ୍କ ପଞ୍ଚମ ଘରେ ହେବ । ଏହି ସମୟ ଛାତ୍ରଛାତ୍ରଙ୍କ ପାିଁ ଅନୁକୂଳ ରହିବ । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ପ୍ରେମ ସମ୍ପର୍କ ଅଧିକ ମଧୁର ହେବ । ଆପଣଙ୍କ ସନ୍ତାନମାନଙ୍କଠାରୁ କିଛି ଭଲ ଖବର ମିଳିପାରେ ।

ବୃଷ: ଏହି ଭ୍ରମଣ ଆପଣଙ୍କ ଚତୁର୍ଥ ଘରେ ହେବ । ଏହି ସମୟରେ ଜମି, କୋଠା, ଯାନବାହାନ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିପୁଳ ଲାଭ ପାଇବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ହେଲେ ଆପଣଙ୍କ ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିପାରେ । ତେଣୁ ବିଶେଷ ଧ୍ୟାନ ଦିଅନ୍ତୁ ।

ମିଥୁନ : ଏହି ସମୟରେ ଆପଣଙ୍କ ସାହାସ ଯଥେଷ୍ଟ ପରିମାଣରେ ବଢିବ । ସାନ ଭାଇ ଓ ଭଉଣୀଙ୍କର ସପୋର୍ଟ ଆପଣଙ୍କୁ ମିଳିବ । କର୍ମ କ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ ।

କର୍କଟ : ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କ ଦ୍ବିତୀୟ ଘରେ ହେବ । ଫଳରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ​​ହେବ । ଆପଣ ଧନ ସଂଗ୍ରହ କରିବାରେ ସଫଳ ହେବେ । ଆପଣଙ୍କ ବାଣୀ ବୃଦ୍ଧି ପାଇବ, ଯାହା ଲୋକଙ୍କୁ ପ୍ରଭାବିତ କରିବ । ପାରିବାରିକ ବ୍ୟବସାୟରେ ମଧ୍ୟ ଲାଭ ମିଳିବ ।

ସିଂହ ରାଶି: ସୂର୍ଯ୍ୟ ଆପଣଙ୍କ ରାଶିରେ ଭ୍ରମଣ କରୁଛନ୍ତି । ଯାହା ଦ୍ବାରା ଆପଣଙ୍କ ବ୍ୟକ୍ତିତ୍ୱର ଆକର୍ଷଣ ଏବଂ ଆତ୍ମବିଶ୍ୱାସକୁ ନୂତନ ଉଚ୍ଚତାକୁ ବୃଦ୍ଧି କରିବ । ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିପାରେ । ବ୍ୟବସାୟୀମାନଙ୍କୁ ନୂତନ ପ୍ରକଳ୍ପ ଏବଂ ବ୍ୟବସାୟ ବିସ୍ତାର ପାଇଁ ମହାନ ସୁଯୋଗ ମିଳିବ ।

କନ୍ୟା : ଏହି ସମୟରେ ଆପଣଙ୍କ ବିଦେଶ ଯାତ୍ରା କରିପାରନ୍ତି ଏବଂ ସେଥି ସହିତ ଜଡିତ କାମରୁ ଲାଭ ମିଳିପାରେ । ଖର୍ଚ୍ଚ ସାମାନ୍ୟ ବଢିବ । କୋର୍ଟ ମାମଲାରୁ ଆଶ୍ବସ୍ତି ମିଳିବ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା: ଏହି ସମୟରେ ଆପଣଙ୍କ ଆୟ ଏବଂ ଲାଭର ନୂତନ ଉତ୍ସ ସୃଷ୍ଟି ହୋଇପାରେ । ଦୀର୍ଘଦିନରୁ ଅଟକି ରହିଥିବା କାମ ପୂରଣ ହେବ । କ୍ୟାରିୟରରେ ପଦୋନ୍ନତି କିମ୍ବା କୌଣସି ବଡ଼ ପ୍ରୋଜେକ୍ଟ ମିଳିପାରେ ।

ବିଛା: କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଦ୍ବାରା ଆପଣଙ୍କୁ ପୂର୍ଣ୍ଣ ଫଳ ମିଳିବ । ଉଚ୍ଚ ପଦବୀ କିମ୍ବା ନୂତନ ଦାୟିତ୍ୱ ପାଇବା ସହିତ ସମାଜରେ ଆପଣଙ୍କର ପ୍ରତିଷ୍ଠା ଏବଂ ପ୍ରଭାବ ବୃଦ୍ଧି ପାଇବ। ସରକାରୀ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଜଡିତ ବ୍ୟକ୍ତିମାନଙ୍କୁ ବିଶେଷ ଲାଭ ମିଳିପାରେ ।

ଧନୁ: ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ଉଚ୍ଚଶିକ୍ଷାକୁ ନେଇ ପ୍ରସ୍ତୁତ ହେଉଥିବା ପିଲାଙ୍କ ପାଇଁ ଏହି ସମୟ ଖୁବ୍ ଭଲ ରହିବ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ଦୂର ଯାତ୍ରା କିମ୍ବା ତୀର୍ଥଯାତ୍ରାର ସମ୍ଭାବନା ରହିଛି ।

ମକର: ଯାତ୍ରା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । ହଠାତ୍ ଆର୍ଥିକ ଲାଭ ସମ୍ଭବ, କିନ୍ତୁ ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ ।

କୁମ୍ଭ: ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇପାରେ । ଆଇନଗତ ମାମଲାରେ କୌଣସି ବଡ଼ ପଦକ୍ଷେପ ନିଅନ୍ତୁ। ଏହି ସମୟରେ ସତର୍କତାର ସହିତ ବିଚାର କରନ୍ତୁ ।

ମୀନ: ଶତ୍ରମାନଙ୍କ ଉପରେ ବିଜୟୀ ହେବେ । ପୁରୁଣା ଋଣରୁ ମୁକ୍ତି ମିଳିବ । ଅସୁସ୍ଥତା ଯୋଗୁଁ କଷ୍ଟ ପାଉଥିଲେ ଆପଣଙ୍କୁ ଆଶ୍ବସ୍ତି ମିଳିବ । ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ । ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି ।

ପ୍ରତିକାର ସ୍ବରୂପ ପ୍ରତିଦିନ ସକାଳେ ସ୍ନାନ ପରେ ଏକ ତମ୍ବା ପାତ୍ରରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ସେଥିରେ କିଛି ଲାଲ ଫୁଲ ଏବଂ ଅକ୍ଷତ ମିଶାନ୍ତୁ । ଆଦିତ୍ୟ ହୃଦୟ ସ୍ତୋତ୍ର ନିୟମିତ ପାଠ କରନ୍ତୁ । ଯାହା ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ କ୍ୟାରିଅରର ସମସ୍ୟାଗୁଡ଼ିକୁ ଦୂର କରିବ । ଏଥିସହିତ ରବିବାର ଦିନ ତମ୍ବା, ଗୁଡ଼, ଗହମ କିମ୍ବା ଲାଲ ବସ୍ତ୍ର ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ତୁମର ପିତା ଏବଂ ବୟସ୍କମାନଙ୍କୁ ସମ୍ମାନ କର ।

Leave a Reply

Your email address will not be published. Required fields are marked *

Back to top button