
Birbhum Hotel Fire : ପଶ୍ଚିମବଙ୍ଗର ବୀରଭୂମରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ, ୭ ମୃତ
ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଛି । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ଘଟଣା ସ୍ଥଳରେ ଉଦ୍ଧାର ଏବଂ ନିଆଁ ଲିଭା କାମ ଚାଲିଛି ।
ଖବର ମୁତାବକ, ସୋମବାର ସକାଳ ୪ଟାରେ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଶ୍ରାବଣ ସୋମବାର ପାଇଁ ଅନେକ ତୀର୍ଥଯାତ୍ରୀ ରହିଥିଲେ । ଭୋର ବେଳେ ଶୋଇଥିବା ବେଳେ ହଠାତ ଏସିରୁ ଧୂଆଁ ବାହାରିଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ତୁରନ୍ତ ବ୍ୟାପି ଯାଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ଫସି ରହିଥିଲେ । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । କିନ୍ତୁ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । କିଛି ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଲୋକ ଜୀବନ୍ତ ଜଳିଯାଇଥିଲେ । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ।
ଅଗ୍ନିକାଣ୍ଡର ଖବର ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ । ଘଟଣାରେ ୭ ଜଣ ପ୍ରାଣ ହରାଇ ସାରିଥିଲେ । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଠାତ୍ ହୋଟେଲରେ ଧୂଆଁ ହୋଇଯାଇଥିଲା । ତେଣୁ ତୀର୍ଥଯାତ୍ରୀମାନେ ରାସ୍ତା ଖୋଜିପାଇନଥିଲେ । ଅନ୍ୟ ଦିଗରେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ଏବେବି ନିଆଁଲିଭା କାର୍ଯ୍ୟ ଜାରି ରହିଛି ।