ରାଜ୍ୟ

New Baby Born: ପୋଲ ଉପରେ ବନ୍ୟାପାଣି, ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁ

ଦେବଗଡ଼ରେ ପୋଲ ଉପରେ ଆଣ୍ଠୁଏ ପାଣି । ଅଧାରେ ଅଟକିଲା ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ବୋହି ଟାଙ୍କୁଜୁରା ନାଳ ଅତିକ୍ରମ କଲେ ପରିବାର ଲୋକେ । ବାରକୋଟ ବ୍ଲକ କାଳିଆପାଳ ଗାଁର ଘଟଣା । ଆମ୍ବୁଲାନ୍ସ ଭିତରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ କାଳିଆପାଳ ଗ୍ରାମକୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଛି । ଫଳରେ ଯାଇପାରିଲାନି ଆମ୍ବୁଲାନ୍ସ। କାଳିଆପାଳ ଗାଁ ନିକଟ ଟାଙ୍କୁଜୁରା ନାଳରେ ପ୍ରବାହିତ ହେଉଛି ବନ୍ୟା ପାଣି।

ଗର୍ଭବତୀ ମହିଳାଙ୍କୁ ବୋହି ନାଳ ଅତିକ୍ରମ କରାଇଥିଲେ ପରିବାର ଲୋକେ। ଆମ୍ବୁଲାନ୍ସ ଭିତରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ମହିଳା। ବାରକୋଟ ଡାକ୍ତରଖାନାରେ ପ୍ରସୂତୀ ମହିଳା ଓ ନବଜାତ ଶିଶୁର ଚିକିତ୍ସା ଜାରି ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ବଢ଼ିଲେ ନାଳରେ ପାଣି ବଢ଼ିଯାଉଛି ଏବଂ ପୋଲ ଉପରେ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ୁଛି। ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button