
Malamaal Weekly 2 : ଆସିବ ମାମଲାମାଲ ୱିକଲିର ସ୍ବିକେଲ, ପରେଶ ରାୱଲ ଏବଂ ରାଜପାଲ ଯାଦବଙ୍କ ସହିତ ନଜର ଆସିବେ ଏମାନେ
୨୦୦୬ରେ ରିଲିଜ ହୋଇଥିବା କମେଡି ଫିଲ୍ମ ମାଲାମାଲ ୱିକଲି ଦର୍ଶକଙ୍କୁ ବହୁତ ହସାଇଛି । ଏହି ଫିଲ୍ମରେ ଓମ୍ ପୁରୀ, ପରେଶ ରାୱଲ, ରାଜପାଲ ଯାଦବ ଏବଂ ରିତେଶ ଦେଶମୁଖ ଭଳି କଳାକାର ନିଜର ଶାନଦାର ଅଭିନୟରେ ସମସ୍ତଙ୍କ ମନ ଜିଣିଥିଲେ । ପାଖାପାଖି ୭ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୪୨ କୋଟି ଟଙ୍କା କମାଇଥିଲା । ଏବେ ଦୁଇ ଦଶକ ପରେ ଲୋକପ୍ରିୟ କମେଡି ଫିଲ୍ମର ସ୍ବିକେଲ ହେବାକୁ ଯାଉଛି । ସେପ୍ଟେମ୍ବରରେ ଫିଲ୍ମ ରିଲିଜ ହୋଇପାରେ ।
ମାଲାମାଲ ୱିକଲି ୨ରେ ପରେଶ ରାୱଲ ନଜର ଆସିବେ । ଏନେଇ ତାଙ୍କ ସହିତ ଡିଲ୍ ସରିଛି । ହେଲେ ଅନ୍ୟ କଳାକାର ଚୟନକୁ ନେଇ ଏଯାଏଁ କିଛିସ୍ପଷ୍ଟ ହୋଇନାହିଁ । ଫିଲ୍ମକୁ ନେଇ ଶିଳ୍ପା ସିରୋଦକର ଏବଂ ଏଲଭିସ ଯାଦବଙ୍କ ମଧ୍ୟ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାପରେ ଏମାନେ ଫିଲ୍ମରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।
ଏହି ଫିଲ୍ମରେ ପରେଶ ରାୱଲ, ଏଲଭିଶ ଯାଦବଙ୍କ ସହିତ ଶିଳ୍ପା ସିରୋଦକର, ରାଜପାଲ ଯାଦବ, ରବୀନା ଟଣ୍ଡନ, ରିତେଶ ଦେଶମୁଖ, ଫରଦିନ ଖାନ, ଜାକିର ହୁସେନ, ପରିଣୀତି ଚୋପ୍ରାମ ପ୍ରମୁଖ କଳାକାର ନଜର ଆସିପରନ୍ତି । ଏତେ ବଡ଼ ଷ୍ଟାରକାଷ୍ଟକୁ ନେଇ ଫିଲ୍ମର କମେଡି ଅନ୍ଦାଜ ଦର୍ଶକେ ଅନୁମାନ କରିପାରୁଥିବେ । ଫିଲ୍ମର ନିର୍ଦ୍ଦେଶନା ପ୍ରିୟଦର୍ଶନ ଦେଇଥିଲେ । ଫିଲ୍ମର କାହାଣୀ ଏବଂ ଏହାର ଚରିତ୍ର ସେତେବେଳେ ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ପକ୍କା କରିଥିଲା । ହେଲେ ଏଥର ନିର୍ଦ୍ଦେଶନାର ଦାୟିତ୍ବ ଅମିତ ଯୋଶୀଙ୍କୁ ମିଳିଛି ।