ରାଜନୀତି

ନୀଟ୍ ବିବାଦ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୫/୦୭: ନୀଟ୍-ୟୁଜି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ଇସ୍ତଫା ପତ୍ରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଜାତୀୟ ଏକତା ଏବଂ ଚାଲିଥିବା ଆନ୍ଦୋଳନର ଦୁରୁପଯୋଗକୁ ରୋକିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଇସ୍ତଫା ପତ୍ରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜନ୍ତରମନ୍ତର ଏବଂ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ କୌଣସି “ଦେଶବିରୋଧୀ ଶକ୍ତି” ନିଜ ସ୍ୱାର୍ଥ ପାଇଁ ବ୍ୟବହାର ନ କରନ୍ତୁ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୌଣସି ଆଇନଗତ ଜଟିଳତାରେ ନ ପଡ଼ୁ, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

ଗତ କିଛି ସପ୍ତାହ ଧରି ନୀଟ୍-ୟୁଜି ପରୀକ୍ଷାରେ ଅନିୟମିତତାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ସଂଗଠନ ଏବଂ କକ୍ରୋଚ୍ ଜନତା ପାର୍ଟି (CJP) ସମେତ ଅନ୍ୟାନ୍ୟ ସଂଗଠନ ବ୍ୟାପକ ଆନ୍ଦୋଳନ କରୁଥିଲେ। ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଏହି ଆନ୍ଦୋଳନର ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ଥିଲା।

ଇସ୍ତଫା ପତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଦେଶ, ଓଡ଼ିଶା ଏବଂ ଦେଶର ଯୁବପିଢ଼ିଙ୍କ ସେବାରେ ଆଗାମୀ ଦିନରେ ମଧ୍ୟ ନିଜକୁ ସମର୍ପିତ ରଖିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button