ସ୍ୱାସ୍ଥ୍ୟ

ବଜ୍ରାଘାତର ତାଣ୍ଡବ! ୩ ଗୁରୁତର, ୫ ଆହତ, ୬ଟି ଛେଳି ମୃତ

ନୀଳଗିରି(ଲୋକନାଥ ଦଳେଇ): ବିଳମ୍ବିତ ରାତିରେ ଘରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ ରାତି ପ୍ରାୟ ୧୨.୩୫ମିନିଟ ସମୟରେ ବଜ୍ରାଘାତଯୋଗୁ ବଜ୍ରାଘାତରେ ୩ ଜଣ ଗୁରୁତର ହୋଇଥିଲା ବେଳେ୫ ଜଣ ଆହତ ହୋଇଥିବା ଓ ୬ଟି ଛେଳି ମୃତ ହୋଇଥିବା ଜଣାପଡିଛି।ସେମାନଙ୍କୁ ପ୍ରଥମେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ୩ ଜଣଙ୍କୁ  ବାଲେଶ୍ୱର ଫକୀର ମୋହନ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।ଫକୀର ମୋହନ ମେଡିକାଲ୍ କଲେଜକୁ ସ୍ଥାନାନ୍ତର

ସୂଚନାଯୋଗ୍ୟ ନୀଳଗିରି ବ୍ଲକ ବରହମପୂର ଥାନା କେସିପୁର ପଞ୍ଚାୟତ ଅଧିନସ୍ଥ ବୁଦୁଡ଼ାହି(ବାକ୍ସ ନାଳ) ଗ୍ରାମରେ ରଘୁ ସିଂ ଓ ତାଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ତିନି ଜଣ ଗୁରୁତର ହୋଇଯାଇଥିଲା ବେଳେ ପାଞ୍ଚ ଜଣ ଆହତ ହୋଇଥିଲେ। ପରେ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ୩ଜଣପରେ ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଫକୀର ମୋହନ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ପରିବାରରେ  ୩ ଜଣ ମହିଳା , ୩ ଜଣ ଶିଶୁ ଓ ୨ ଜଣ ପୁରୁଷ ଥିବା ବେଳେ ୬ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button