
IND VS ENG: ରୋହିତଙ୍କ ଲଢ଼ୁଆ ଶତକ ବେକାର: ଇଂଲଣ୍ଡ ୨୭ ରନ୍ରେ ବିଜୟୀ, ୟୁକେ ଗସ୍ତରେ ଭାରତର ହ୍ୟାଟ୍ରିକ ଶୃଙ୍ଖଳା ପରାଜୟ
ଲଣ୍ଡନ: କ୍ରିକେଟ୍ର ଘର ଲର୍ଡସ୍ରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଦ୍ରୁତ ତଥା ଲଢ଼ୁଆ ଶତକ ସତ୍ତ୍ବେ ଭାରତ ପରାଜିତ ହୋଇଛି। ରବିବାର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଦିନିକିଆ ହରିବା ସହ ଭାରତୀୟ ଦଳ ଇଂଲଣ୍ଡଠୁ ୧-୨ରେ ଶୃଙ୍ଖଳା ହାରିଛି। ସେହିଭଳି ଚଳିତ ୟୁକେ ଗସ୍ତରେ ୧୦ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ବିଜୟର ସାନ୍ତ୍ବନା ସହ ଘରକୁ ଫେରିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୦-୪ରେ ହାରିଥିଲା। ଏପରିକି ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ବି ୦-୨ରେ ହାତ ଛଡ଼ା କରିଥିଲା। କେବଳ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟୀ ହୋଇଥିଲା। ରବିବାର ଭାରତୀୟ ବୋଲରଙ୍କ ଶୋଚନୀୟ ବୋଲିଂରୁ ଫାଇଦା ନେଇ ଇଂଲଣ୍ଡ ୩୮୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଭାରତ ରୋହିତଙ୍କ ୧୩୮, ଅଧିନାୟକ ଶୁବମନ ଗିଲଙ୍କ ୭୭ ଏବଂ ବିରାଟ କୋହଲିଙ୍କ ୭୪ ରନ୍ ପରେ ବି ୩୬୦/୭ରେ ଅଟକିଯିବାରୁ ୨୭ ରନ୍ରେ ପରାଜିତ ହୋଇଥିଲା। ୪୦ ଓଭର ସୁଦ୍ଧା ଏକପ୍ରକାର ଭଲ ସ୍ଥିତିରେ ଥିଲେ ମଧ୍ୟ ଶେଷ ୫ ୱିକେଟ୍ ମାତ୍ର ୨୫ ରନ୍ରେ ହରାଇ ସୁଯୋଗ ହାତଛଡ଼ା କରିଥିଲା। ଅବସର ଚାପ ଓ ଚର୍ଚ୍ଚା ଭିତରେ ରୋହିତ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଲର୍ଡସ୍ରେ ଦିନିକିଆ ଶତକ ହାସଲ କରିବା ତାଙ୍କ ପ୍ରଶଂସକଙ୍କୁ କିଛିଟା ଆଶ୍ବସ୍ତ କରିଥିଲା।
Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା? ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍ପୂର୍ବରୁ ବେନ୍ ଡକେଟ୍ଙ୍କ ବିସ୍ଫୋରକ ୧୪୧ ଓ ଜାକବ୍ ବେଥେଲ୍ଙ୍କ ଚମତ୍କାର ୯୧ ରନ୍ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ୍ ହରାଇ ୩୮୭ ରନ୍ ସଂଗ୍ରହ କରିଥିଲା। ଯାହା ଐତିହାସିକ ଲର୍ଡସ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଲିଷ୍ଟ-ଏ’ କ୍ରିକେଟ୍ର ସର୍ବାଧିକ ଦଳୀୟ ସ୍କୋର୍ ଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ଡକେଟ୍ ଓ ବେଥେଲ୍ ଧମାକାଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୯୨ ରନ୍ର ବିଶାଳ ଭାଗୀଦାର ଗଢ଼ି ଭାରତୀୟ ବୋଲରମାନଙ୍କୁ ସମ୍ପୂର୍ଣ୍ଣ ଚାପରେ ପକାଇଦେଇଥିଲେ। ଏହା ମଧ୍ୟ ଭାରତ ବିପକ୍ଷରେ ଯେକୌଣସି ୱିକେଟ୍ ପାଇଁ ଥିଲା ଇଂଲଣ୍ଡର ସର୍ବାଧିକ ଭାଗୀଦାର। ଅନ୍ୟପକ୍ଷରେ ଯୁବ ବ୍ୟାଟର ବେଥେଲ୍ ମାତ୍ର ୯ ରନ୍ ପାଇଁ ଏକ ସ୍ମରଣୀୟ ଶତକରୁ ବଞ୍ଚିତ ହୋଇଥିଲେ। ଶେଷ ଓଭରଗୁଡ଼ିକରେ ଜୋ ରୁଟ୍ ଓ ଜୋସ୍ ବଟଲର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରୁଟ୍ ୭୪ ଏବଂ ବଟଲର୍ ୪୧ ରନ୍ରେ ଅପରାଜିତ ରହିଥିଲେ। ଶେଷ ୩୯ଟି ବଲ୍ରୁ ଇଂଲଣ୍ଡ ୯୪ ରନ୍ ସଂଗ୍ରହ କରି ଏହି ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଭାରତ ବିପକ୍ଷରେ ଏହା ଇଂଲଣ୍ଡର ସର୍ବୋଚ୍ଚ ଦଳଗତ ସ୍କୋର୍ ଥିଲା। ଅନ୍ୟପକ୍ଷରେ ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ଅସହାୟ ମନେ ହୋଇଥିଲା।
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୫୦ ଓଭରରେ-୩୮୭/୩ (ବେନ୍ ଡକେଟ୍ ୧୪୧, ଜ୍ୟାକବ୍ ବେଥେଲ ୯୧, ଜୋ ରୁଟ୍ ୭୪*, ଜୋସ୍ ବଟଲର୍ ୪୧*, ପ୍ରସିଦ୍ଧ କ୍ରିଷ୍ଣା ୨/୬୯, ପ୍ରିନ୍ସ ଯାଦବ ୧/୭୯)। ଭାରତ ୫୦ ଓଭରରେ-୩୬୦/୭ (ରୋହିତ ଶର୍ମା-୧୩୮, ଶୁବମନ ଗିଲ୍-୭୭, ବିରାଟ କୋହଲି-୭୪, ସାମ କରନ୍-୪/୬୦, ଜ୍ୟାକବ୍ ବେଥେଲ-୧/୪୯, ଜୋଫ୍ରା ଆର୍ଚର-୧/୬୩, ଆଦିଲ ରସିଦ୍-୧/୬୪)।
ଘଣ୍ଟି ବଜାଇଲେ ଯୁବରାଜ
TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍ସି ନେତାଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଲର୍ଡସ୍ ପଡ଼ିଆରେ ତୃତୀୟ ଦିନିକିଆ ଖେଳାଯିବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ସିଂହ ୫ ମିନିଟ୍ ଧରି ଘଣ୍ଟି ବଜାଇଥିଲେ। ରବିବାର ଘଣ୍ଟି ବଜାଇବା ସମୟରେ ପତ୍ନୀ ହାଜେଲ୍ କିଚ୍ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଲର୍ଡସ୍ର ଏହି ପରମ୍ପରାକୁ ଆଗକୁ ନେବା ସହ ଯୁବରାଜ ସିଂହ ଏହି ପଡ଼ିଆ ସହ ଥିବା ନିଜ ଅନୁଭୂତିକୁ ସ୍ମରଣ କରିଥିଲେ। ୨୦୦୨ ମସିହାରେ ନ୍ୟାଟୱେଷ୍ଟ୍ ସିରିଜ୍ ଫାଇନାଲ୍ରେ ୬୯ ରନ୍ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିବା ସହ ସେ ପ୍ରଥମ ଥର ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସମ୍ମାନ ବି ପାଇଥିଲେ। ଯୁବରାଜ ମଧ୍ୟ ସେହି ମ୍ୟାଚ୍ରେ ବୋଲିଂ କମାଲ (୩/୩୯) କରିଥିଲେ। ଇଂଲଣ୍ଡର ୩୨୫ ରନ୍ ଲକ୍ଷ୍ୟକୁ ପିଛା କରି ଜିତିବାରେ ଯୁବରାଜ ଓ ମହମ୍ମଦ କୈଫ ପ୍ରମୁଖ ଭୂମିକା ତୁଲାଇଥିଲେ। ଅଧିନାୟକ ସୌରଭ ଗାଙ୍ଗୁଲି ବିଜୟ ପରେ ଲର୍ଡସ୍ ବାଲକୋନିରୁ ଜର୍ସି ଖୋଲି ବୁଲାଇବାର ଏବେ ବି ଅନ୍ୟତମ ସ୍ମରଣୀୟ କ୍ରିକେଟ୍ ମୁହୂର୍ତ୍ତ ହୋଇ ରହିଛି