ରାଜ୍ୟ

TOP 5 NEWS HEADLINES

Headlines 1- ତିନି ମାସ ଧରି ବନ୍ଦ ଥିବା ଭତ୍ତା ପ୍ରଦାନ କରିବାକୁ ମୋହନଙ୍କୁ ନବୀନଙ୍କ ଚିଠି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପେନ୍‌ସନଭୋଗୀଙ୍କ ମଧ୍ୟରେ ଅଛନ୍ତି ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ’। ୩ ମାସ ଭତ୍ତା ନ ମିଳିବାରୁ ଅସୁବିଧା, ଅଭାବର ସମ୍ମୁଖୀନ ହୋଇଛନ୍ତି ବୋଲି ସେ ଲେଖିଛନ୍ତି।  ପ୍ରଯୁକ୍ତିଗତ ତ୍ରୁଟି ଯୋଗୁଁ ଲୋକଙ୍କ ଅଧିକାର ବାଧାପ୍ରାପ୍ତ ହେବା ଗ୍ରହଣୀୟ ନୁହେଁ’।  କାଳ ବିଳମ୍ବ ନ କରି ତୁରନ୍ତ ବକେୟା ପେନ୍‌ସନ ମୁକ୍ତ କରିବାକୁ ଦାବି କଲେ ନବୀନ। ଏଭଳି ସ୍ଥିତିର ପୁନରାବୃତ୍ତି ନ ହେବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ନବୀନ।

Headlines 2- ବୌଦ୍ଧ SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେଜୀବନ BLO । ଚାପଗ୍ରସ୍ତ ହୋଇ ବିଷପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଡ଼ିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୟନ ସାହୁ । ସୂଚନା ଅନୁଯାୟୀ, ଗୋଛାପଡା ଗାଁର ସୟନ ଗୁନ୍ଦୁଲିଆ କ୍ଳଷ୍ଟର ଡ଼ିମିରଖୋଲ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । SIR କାର୍ଯ୍ୟରେ ବିଏଲଓ ଭାବରେ ନିଯୁକ୍ତି ହୋଇଥିଲେ ସୟନ l ଠିକ ଭାବେ ଦାୟିତ୍ୱ ନିର୍ବାହ କରୁନଥିବାରୁ ତାଙ୍କୁ ଉପରିସ୍ଥ ଅଧିକାରୀ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସପେଣ୍ଡ ମଧ୍ୟ କରାଯିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।

Headlines 3- ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରୋଗୀଙ୍କୁ କଟକ ସ୍ଥାନାନ୍ତର ବେଳେ ଅକ୍ସିଜେନ ସରିଯିବାରୁ ମୃତ୍ୟୁ ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ ମେଡିକାଲ ସାମ୍ନାରେ ପରିବାରଲୋକ ଉତ୍ତେଜନା କରିଛନ୍ତି । ଅନୁଗୁଳର ଏକ ଘରୋଇ ହସ୍ପିଟାଲର ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବନ୍ତଳା ଥାନା କଞ୍ଜା ଗାଁର ଭ୍ରମର ନାଏକ। ଗତ ରବିବାର ଦିନ ପେଟ ଯନ୍ତ୍ରଣା ହେବାରୁ ଅନୁଗୁଳର ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ ।

Headlines 4- କୋଟପାଡ଼ ଏଡିଇଙ୍କ ଘରେ ଭିଜିଲାନ୍ସ ରେଡ୍ । ଜବତ ହେଲା ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ୍ । ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ସତ୍ୟନାରାୟଣ ସେଠୀଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏହି ସର୍ଚ୍ଚ ଅପରେସନ୍ ବେଳେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଜଟଣୀରେ ବିଳାସପୂର୍ଣ୍ଣ ଫ୍ଲାଟ୍: ଖୋର୍ଦ୍ଧା ଜିଲ୍ଲା ଜଟଣୀର ମଢ଼ିପୁର ମୌଜାସ୍ଥିତ ହାଇଟେକ୍ ପ୍ଲାଜାର ୧୦୦୦ ବର୍ଗଫୁଟ୍ ବିଶିଷ୍ଟ ଏକ 2-BHK ଫ୍ଲାଟ୍ ଠାବ କରାଯାଇଛି ।

Headlines 5- ଲୋକସଭା ବିପକ୍ଷ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ୫୬ତମ ଜନ୍ମ ଉତ୍ସବ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ରାହୁଲଙ୍କ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶରୁ ରାଜନୈତିକ ନେତା, ସମର୍ଥକ ଏବଂ ଦଳୀୟ କର୍ମୀମାନେ ରାହୁଲଙ୍କୁ  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ଲେଖିଛନ୍ତି ଯେ, ଲୋକସଭାର ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ମୁଁ ଆପଣଙ୍କ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି ବୋଲି ଟ୍ୱିଟ କରିଛନ୍ତି ମୋଦି ।

Leave a Reply

Your email address will not be published. Required fields are marked *

Back to top button