ରାଜ୍ୟ

Orangutans: ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା କଲା ବନ ବିଭାଗ

ଓରାଙ୍ଗଉଟାନ ଉଦ୍ଧାର ସ୍ଥଳରେ ବାଡ଼, ନିଷିଦ୍ଧା ଅଂଚଳ ଘୋଷଣା କଲା ବନ ବିଭାଗ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବଡପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିଲେ । STF ତନା ଘନା ପରେ ଆଜି ଓଡିଶା ଆସିପାରନ୍ତି WCCB ଟିମ । ପଶ୍ଚିମବଙ୍ଗର STF ଟିମ୍, ବନ୍ଯଜନ୍ତୁ ଉଦ୍ଧାର ହେବା ପୂର୍ବ ରାତିରେ ସେହି ଅଂଚଳକୁ ଆସିଥିବା ବ୍ଲାକ ଥାର ଗାଡ଼ି ବାବଦରେ ଅଧିକ ତଥଞ ସଂଗ୍ରହ କରାଯାଉଛି ।  ବିଭିନ୍ନ ସ୍ଥାନରୁ ୧୫୦ ସିସିଟିଭି ଫୂଟେଜ ସଂଗ୍ରହ କରାଯାଇଛି । ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା ।

ଏହି ମାସ୍କ କାହାର ସେନେଇ ଖୋଳତାଡ଼ ହେଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ଯାମ୍ପ କରାଯାଇଛି। ବନକର୍ମଚାରୀ ମାନେ ଦିନ ରାତି ଜଗି ରହିଛନ୍ତି। ଘଟଣାସ୍ଥଳରେ ଏତେ ବିଳମ୍ବରେ କାହିଁକି ବାଡ଼ ଦିଆଗଲା, ତାକୁ ନେି ପ୍ରଶ୍ନ ଉଠିଛି । ଗୋଟିଏପଟେ STF ଓ ବନ ବିଭାଗର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଘଟଣାସ୍ଥଳକୁ ଶହ ଶହ ଲୋକଙ୍କ ଯିବା ଆସିବା ଯୋଗୁଁ ପ୍ରମାଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଘଟଣାସ୍ଥଳଠାରୁ ବାଂଲାଦେଶ ଜଳପଥରେ ୪୦୦ କିଲୋମିଟର। ପଶ୍ଚିମବଙ୍ଗକୁ ଜଳପଥରେ ୨୦୦ କିଲୋମିଟର ।

Leave a Reply

Your email address will not be published. Required fields are marked *

Back to top button