ରାଜ୍ୟ

brahmani river: ବ୍ରାହ୍ମଣୀ ନଦୀରେ ବିରାଟ ଘାଇ, ୫୦ରୁ ଅଧିକ ପରିବାର ଜଳବନ୍ଦୀ

ବ୍ରାହ୍ମଣୀ ନଦୀରେ ବନ୍ୟା । ବରି ବ୍ଲକ କିମ୍ଭିରିଆପାଳ ବାଙ୍କସାହି ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ସେହିପରି ଚନ୍ଦନପୁର ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି ।  ସେପଟେ ୫୦ରୁ ଅଧିକ ପରିବାର ଜଳବନ୍ଦୀ । ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ । ଯାଜପୁର ଜିଲ୍ଲାର ବରୀ, ଧର୍ମଶାଳା ଓ ରସୁଲପୁର ବ୍ଲକ ପ୍ରଭାବିତ ହୋଇଛି । ଝାଲପଡା ପଞ୍ଚାୟତରେ ୫୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ଜଳ ପ୍ରବେଶ ଦ୍ୱାରା କିଏ ଛାତ ଉପରେ ତ ଆଉ କିଏ ଗୃହପାଳିତ ପଶୁଙ୍କ ସହ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି।

ସେହିପରି ବିପଦ ସଙ୍କେତ ଉପରେ ଜଳକା । ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ସକାଳ ୬ ଟା ସୁଦ୍ଧା ୬.୬୮ ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖାର ଜଳସ୍ତର ୮.୨୦ ମିଟର ରହିଛି । ବ୍ୟାପକ ଚାଷ ନଷ୍ଟ ହେବା ସହ ଘର ଭାଙ୍ଗିଯାଇଛି । ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସେପଟେ ବୁଢ଼ାବଳଙ୍ଗ ନଦୀରେ କମୁଛି ଜଳସ୍ତର । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୁଢ଼ାବଳଙ୍ଗ । ବୁଢାବଳଙ୍ଗରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ୭.୬୮ ମିଟରେ ପ୍ରବାହିତ ହେଉଛି । ଉତ୍ତର ଓଡ଼ିଶାର ବିଶାଳ ଅଞ୍ଚଳ ବନ୍ୟା କବଳିତ ହୋଇପଡ଼ିଛି । ୪୪ଟି ବ୍ଲକର ୨୨୬ରୁ ଅଧିକ ଗାଁ ଏବେ ବି ଜଳଘେରରେ ରହିଛି । ଶହ ଶହ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ବନ୍ୟା ପାଣିରେ ବୁଡ଼ିଯାଇଛି । ରାସ୍ତା, ବ୍ରିଜ୍ ଓ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button