
ଭେନେଜୁଏଲା ଭୂକମ୍ପରେ ହୋଟେଲ ଧ୍ବଂସ, ଆମେରିକାରୁ ନିର୍ବାସିତ ହୋଇ ଆସିଥିବା ୧୦୦ ଲୋକଙ୍କ ମିଳୁନି ପତ୍ତା
ଭେନେଜୁଏଲାରେ ଆସଇଥିବା ଦୁଇଟି ବଡ଼ ଭୂକମ୍ପରେ ସଂପୂର୍ଣ୍ଣ ଦେଶ ଛାରଖାର ହୋଇଯାଇଛି । ୭.୨ ଏବଂ ୭.୫ ତୀବ୍ରତାର ଭୂକମ୍ପ ଝଟକାରେ ହଜାର ହଜାର ବିଲିଡିଂ ଧ୍ବଂସ ହୋଇଛି । ଏହାରି ଭିତରେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଆମେରିକାରୁ ନିର୍ବାସିତ ହୋଇ ଆଥିବା ୧୦୦ରୁ ଅଧିକ ଭେନେଜୁଏଲା ନାଗରିକ ଭୂକମ୍ପ ଆସିବାର କିଛି ଘଣ୍ଟା ପୂର୍ବରୁ ଏକ ହୋଟେଲରେ ପହଞ୍ଚିଥିଲେ । ହେଲେ ଭୂକମ୍ପ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଛି ।
ଆମେରିକାରୁ ନିର୍ବାସିତ ହୋଇ ଆସିଥିବା ୧୦୦ରୁ ଅଧିକ ଭେନେଜୁଏଲା ନାଗରିକ ଭୂକମ୍ପ ଆସିବାର କିଛି ଘଣ୍ଟା ପୂର୍ବରୁ ଏକ ହୋଟେଲରେ ପହଞ୍ଚିଥିଲେ । ବିଲିଡିଂ ଧ୍ବଂସ ହେବା ଯୋଗୁଁ ଏସବୁ ଲୋକ ନିଖୋଜ ଥିବା କୁହାଯାଇଛି । ଉଦ୍ଧାରକାରୀ ଦଳ ଧ୍ବଂସାବଶେଷ ତଳୁ ଜୀବନ ଖୋଜିବାକୁ ଚେଷ୍ଟା କରୁଛନ୍ତି ।
ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ନିର୍ବାସ ଅଭିଯାନରେ ଶତାଧିକ ଭେନେଜୁଏଲା ନାଗରିକକୁ ପ୍ରତ୍ୟାବର୍ତ୍ତନ ହେଉଛନ୍ତି । ଯେଉଁମାନେ ବର୍ଷବର୍ଷ ଧରି ଆମେରିକାରେ ରହୁଥିଲେ । ଏକ ଆଇସିଇ ଫ୍ଲାଇଟରେ ୧୪୬ ଲୋକ ମିଆମିରୁ ଭେନେଜୁଏଲାକୁ ପହଞ୍ଚିଥିଲେ । ବିମାନ ବନ୍ଦରରୁ ଏମାନେ ଆସି ଏକ ହୋଟେଲରେ ଥିଲ । ଏଠାରେ ସେମାନଙ୍କର ମେଡିକାଲ ଚେକଅପ୍ ଏବଂ ଦସ୍ତାବିଜ ପ୍ରକ୍ରିୟା ଯାଞ୍ଚ ଚାଲୁଥିଲା । ଆଉ ସେହି ରାତିରେ ଭୂକମ୍ପ ହୋଇଥିବାରୁ ଏମାନେ ନିଖୋଜ ରହିଛନ୍ତି ।
ସୂଚନାଯୋଗ୍ୟ, ଭେନେଜୁଏଲାରେ ଗତ ୨୪ ଜୁନରେ ୧୨୫ ବର୍ଷର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଆସିଛି । ୩୯ ସେକେଣ୍ଡ ବ୍ୟବଧାନରେ ଦୁଇଥର ଶକ୍ତିଶାଳୀ ଭୂକମ୍ପ ଝଟକାରେ ପୁରା ଦେଶ ଧ୍ବଂସ ହୋଇଛି । ପାଖାପାଖି ୧୫୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସେହିପରି ନିଖୋଜଙ୍କ ସଂଖ୍ୟା ୪୬ ହଜାରରୁ ଅଧିକ ରହିଛି । ସରକାର ଏବଂ ଅର୍ନ୍ତରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ ଦିନ ରାତି ମିଶି କାମ କରୁଛନ୍ତି । ମେକ୍ସିକୋ, ଭାରତ, ସ୍ପେନ, କତର, ଆମେରିକା ଏବଂ ବ୍ରିଟେନରୁ ଟିମ ଯାଇଛି । ଭେନେଜୁଏଲାରେ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ଉଦ୍ଧାରକାରୀ ଦଳ ସମସ୍ୟା ସମ୍ମୁଖୀନ କରୁଛନ୍ତି । ମେଡିକାଲରେ ଜାଗା ନାହିଁ, ଔଷଧର ଅଭାବ ରହିଛି ।