
Saturn-Mars Yoga: ସେପ୍ଟେମ୍ବରରୁ ଶନି-ମଙ୍ଗଳଙ୍କ ଉଗ୍ର ଯୋଗ, ୩ ରାଶି ପାଇଁ ସତର୍କତା
ଜ୍ୟୋତିଷ ଶାସ୍ତ୍ରରେ ଶନି ଓ ମଙ୍ଗଳଙ୍କୁ ଦୁଇ ଶକ୍ତିଶାଳୀ, ଉଗ୍ର ଏବଂ ପରସ୍ପର ବିରୋଧୀ ସ୍ୱଭାବର ଗ୍ରହ ବୋଲି ମନାଯାଏ । ମଙ୍ଗଳ ଅଗ୍ନି, ସାହସ ଓ ପରାକ୍ରମର ପ୍ରତୀକ ହୋଇଥିବା ବେଳେ ଶନିଦେବ ନ୍ୟାୟ, କର୍ମଫଳ, ଧୈର୍ଯ୍ୟ ଓ ବାଧାର କାରକ ବୋଲି ବିଶ୍ୱାସ କରାଯାଏ ।
ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ରୁ ଶନି ଓ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ରହି ‘କେନ୍ଦ୍ର ଯୋଗ’ ଗଠନ କରୁଛନ୍ତି । ଜ୍ୟୋତିଷ ଦୃଷ୍ଟିରୁ ଦୁଇ ଉଗ୍ର ଓ ବିରୋଧୀ ସ୍ୱଭାବର ଗ୍ରହ ୯୦ ଡିଗ୍ରୀ କୋଣରେ ରହିବାକୁ ସମ୍ବେଦନଶୀଳ ଓ ଚ୍ୟାଲେଞ୍ଜିଂ ସମୟ ବୋଲି ଧରାଯାଏ ।
କୁହାଯାଏ, ରାଜନୀତି, ସେନା, ପୋଲିସ ଓ ବୈଷୟିକ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଏହି ଯୋଗ ହଠାତ୍ ସଫଳତା ଆଣିପାରେ । ତେବେ ସାଧାରଣ ଜୀବନରେ ଦୁର୍ଘଟଣା, ବିବାଦ ଓ ମାନସିକ ଚାପ ଭଳି ସମସ୍ୟା ଦେଖାଦେଇପାରେ ବୋଲି ଜ୍ୟୋତିଷ ମତ ରହିଛି ।
ବୃଷ ରାଶି:
ବୃଷ ରାଶିର ଲୋକଙ୍କ ପାଇଁ ଶନି-ମଙ୍ଗଳଙ୍କ ଏହି କେନ୍ଦ୍ର ସମ୍ପର୍କ କାର୍ଯ୍ୟକ୍ଷେତ୍ର ଓ ପରିବାରରେ ସଂଘର୍ଷ ବଢ଼ାଇପାରେ । କଠିନ ପରିଶ୍ରମ ପରେ ମଧ୍ୟ ଫଳ ପାଇବାରେ ବିଳମ୍ବ ହୋଇପାରେ । ତେଣୁ କୌଣସି ନିଷ୍ପତ୍ତି ନେବାବେଳେ ତରବର ହୁଅନ୍ତୁ ନାହିଁ । ଗାଡ଼ି ଚଳାଇବା ଓ ଟଙ୍କା ନେଣଦେଣ ସମୟରେ ବିଶେଷ ସତର୍କ ରୁହନ୍ତୁ । ଅଧିକାରୀ କିମ୍ବା ସହକର୍ମୀଙ୍କ ସହ ଯୁକ୍ତିତର୍କରୁ ଦୂରେ ରୁହନ୍ତୁ।
କନ୍ୟା ରାଶି:
କନ୍ୟା ରାଶିର ଲୋକଙ୍କ ମାନସିକ ଅଶାନ୍ତି ଓ ଅନାବଶ୍ୟକ ଚିନ୍ତା ବଢ଼ିପାରେ । ଭଲ ଭାବେ ଚାଲୁଥିବା କାମ ଶେଷ ସମୟରେ ଅଟକିପାରେ । ବ୍ୟବସାୟରେ ନୂଆ ପରୀକ୍ଷା କିମ୍ବା ବଡ଼ ନିବେଶ କରିବା ଏହି ସମୟରେ ବିପଦପୂର୍ଣ୍ଣ ହୋଇପାରେ। ନୂଆ କାମ ଆରମ୍ଭ କିମ୍ବା ବଡ଼ ଆର୍ଥିକ ଚୁକ୍ତିକୁ କିଛି ସମୟ ପାଇଁ ଟାଳିବା ଭଲ । ସ୍ୱାସ୍ଥ୍ୟ ଓ ଖାଦ୍ୟପାନୀୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।
ମୀନ ରାଶି:
ମୀନ ରାଶିର ଲୋକଙ୍କ ଉପରେ ଶନିଙ୍କ ପ୍ରଭାବ ଓ ମଙ୍ଗଳଙ୍କ କେନ୍ଦ୍ର ସ୍ଥିତି ଅସ୍ଥିରତା ସୃଷ୍ଟି କରିପାରେ । ବ୍ୟବସାୟିକ ସହଯୋଗୀଙ୍କ ସହ ଭୁଲ ବୁଝାମଣା କିମ୍ବା ବିବାଦ ହୋଇପାରେ । ଆପଣଙ୍କ ଛୋଟ ଅବହେଳା ବଡ଼ ଆର୍ଥିକ କ୍ଷତିର କାରଣ ହୋଇପାରେ । ତେଣୁ ତରବରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସମ୍ପତ୍ତି କିମ୍ବା ଟଙ୍କା ନେଣଦେଣ ସମ୍ପର୍କିତ କାଗଜପତ୍ରକୁ ଭଲ ଭାବେ ଯାଞ୍ଚ କରନ୍ତୁ ।